ଆଜିଠାରୁ ମହିଳା ପ୍ରିମିୟର ଲିଗ୍ : ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଜାଏଣ୍ଟସ ଉଦଘାଟନୀ ମ୍ୟାଚ୍


ଶବ୍ଦ ଓଡ଼ିଶା ବ୍ୟୁରୋ: ଆଜିଠାରୁ ମହିଳା ପ୍ରିମିୟର ଲିଗ୍ । ୨୩ ଦିନିଆ ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ୫ ଦଳ ଗୁଜରାଟ ଜାଏଣ୍ଟସ୍‌, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ୟୁପି ୱାରିୟର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପର ମଧ୍ୟ‌ରେ ୨ଟି ଲେଖାଏଁ ଲିଗ୍‌ ମ୍ୟାଚ୍‌ ଖେଳିବେ । ଗୋଟିଏ ଦଳ ଲିଗ୍‌ ପର୍ଯ୍ୟା‌ୟରେ ୮ ମ୍ୟାଚ୍‌ ଖେଳିବ । ଲିଗ୍‌ ପରେ ଟେବୁଲର ଶୀର୍ଷ ଦଳ ସିଧାସଳଖ ଫାଇନାଲ୍‌କୁ ‌ଯୋଗ୍ୟତା ଅର୍ଜନ କରିବ। ଦ୍ବିତୀୟ ଓ ତୃତୀୟ ଦଳ ମଧ୍ୟରେ ଏଲିମିନେଟର ଖେଳାଯିବ

ଏହାର ବିଜେତା ଦ୍ବିତୀୟ ଦଳ ଭାବେ ଫାଇନାଲ୍‌ରେ ପ୍ରବେଶ କରିବ । ମହରାଷ୍ଟ୍ରର ଦୁଇ ଷ୍ଟାଡିୟମ୍‌ ମୁମ୍ବାଇର ବ୍ରାବୋର୍ଣ୍ଣ ଏବଂ ନଭି ମୁମ୍ବାଇସ୍ଥିତ ଡିୱାଇ ପାଟିଲ ସ୍ପୋର୍ଟ୍ସ ଏକାଡେମୀରେ ଫାଇନାଲ୍‌, ଗୋଟିଏ ଏଲିମିନେଟର ଓ ୨୦ ଲିଗ୍‌ ମ୍ୟାଚ୍‌ ସହ ମୋଟ ୨୨ଟି ମ୍ୟାଚ୍‌ ଖେଳାଯିବ । ପ୍ରତ୍ୟେକ ମ୍ୟାଚ୍‌ ରାତି ୭.୩୦ରେ ଖେଳାଯିବାକୁ ଥିଲା ବେଳେ ଯେଉଁଦିନ ଦୁଇଟି ମ୍ୟାଚ୍‌ ଥିବ ପ୍ରଥମ ମ୍ୟାଚ୍‌ ଅପରାହ୍ଣ ୩.୩୦ରେ ଆରମ୍ଭ ହେବ । ଉଦ୍‌ଘାଟନୀ ମୁକାବିଲାରେ ଗୁଜରାଟ ଜାଏଣ୍ଟସ୍‌ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସକୁ ।

You May Also Like

More From Author

+ There are no comments

Add yours