୬୦ଟି ଗଛ ନାହିଁ, ୬୦ ଲକ୍ଷ ଚଳୁ

କେନ୍ଦୁଝର : ରିପୋର୍ଟ(ଅଭୟ)

ଗୋଟିଏ ବି ଗଛ ନାହିଁ କିନ୍ତୁ ଖର୍ଚ୍ଚ ହୋଇଛି ପ୍ରାୟ ୬୦ ଲକ୍ଷରୁ ଅଧିକ । ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଗତ ତିନି ବର୍ଷ ମଧ୍ୟରେ କେନ୍ଦୁଝର ଝୁମ୍ପୁରା ବ୍ଲକର ରସବନ୍ତଳା ଗ୍ରାମରେ ତିନୋଟି ଖାଲି ପଡ଼ିଆରେ ୨୩ ହେକ୍ଟର ସ୍ଥାନରେ କାଜୁ ଗଛ ଲାଗିଥିଲେ ବି ଗୋଟିଏ ଗଛ ନାହିଁ। ଏ ନେଇ ଜଣେ ପରିବେଶବିତ ନିଜ ନାମ ଗୋପନ ରଖି ଲୋକାୟୁକ୍ତ ଓ ଜିଲ୍ଲା ଭିଜିଲାନ୍ସ ନିକଟରେ ଅଭିଯୋଗ କରିଛନ୍ତି ।

Exclusive : ଗଛ ନଥାଇ 60ଲକ୍ଷ ଖର୍ଚ୍ଚ

କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକର ରସବନ୍ତରାଳ ଗାଁ। ଏହି ଗାଁରେ ୨୦୧୬-୧୭ ମସିହାରୁ ଜୀବନ ଜୀବିକା ସୃଷ୍ଟି ଲକ୍ଷ୍ୟରେ କାଜୁ ଗଛ ଲଗାଯାଇଥିଲା। ଏଠାରେ ରସବନ୍ତଳା ଗାଁର ଫୁଲବାଡି ସାହି ପଛରେ ୭ ହେକ୍ଟର ଜମିରେ କାଜୁ ଗଛ ଲାଗିଥିଲା। ଏଥିପାଇଁ ପ୍ରଥମ ବର୍ଷ ୧୨,୯୦,୯୪୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଦ୍ବିତୀୟ ବର୍ଷ ୬,୦୯,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା। ସେହିପରି ତୃତୀୟ ବର୍ଷ ୧,୩୮,୪୭୩ ଟଙ୍କା ଖର୍ଚ୍ଚ ହୋଇଥିଲା। ମୋଟ ଖର୍ଚ୍ଚ ହେଉଛି ୨୦ ଲକ୍ଷ ୨୮ ହଜାର ୪୧୩ ଟଙ୍କା । କିନ୍ତୁ ଏତେ ଅର୍ଥ ଶ୍ରାଦ୍ଧ ପରେ ବି ଆଜି ସେହି ଫୁଲବାଡି ସାହି ପଛର ଏହି ପଡ଼ିଆରେ ଗୋଟିଏ ବି କାଜୁ ଗଛ ନାହିଁ। ‌ପଡ଼ିଆ ସା‌ରା କେବଳ ଘାସ ଭର୍ତ୍ତି।ସେହିପରି ‌ରସବନ୍ତଳା ଗ୍ରାମର ଢ଼ପାସାହି ନିକଟରେ ବି ଲାଗିଥିଲା କାଜୁ ଗଛ ।ଏଠାରେ ୮ ହେକ୍ଟର ଜମିରେ କାଜୁ ଲାଗିଥିଲା। ଏହି ଆଠ ହେକ୍ଟର କାଜୁ ଗଛ ପାଇଁ ପ୍ରଥମ ବର୍ଷ ୧୪,୭୫,୩୬୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଦ୍ବିତୀୟ ବର୍ଷ ୬,୯୬,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ଏହି ୮ ହେକ୍ଟର ପାଇଁ ମୋଟ ଖର୍ଚ ହୋଇଛି ୨୧ଲକ୍ଷ ୬୯ ହଜାର ୩୬୦ ଟଙ୍କା। ହିସାବ ଅନୁସାରେ, ୮ ହେକ୍ଟର ଜମିରେ ୧୬ଶହ କାଜୁ ଗଛ ଥିବା କଥା। ମାତ୍ର ଏହି ଢ଼ପା ସହି ପଡିଆରେ ଗୋଟିଏ ବି ଗଛ ନାହିଁ । ସେହିପରି ରାମଚନ୍ଦ୍ରପୁର ସାହିରେ ବି ୮ ହେକ୍ଟର ଜମିରେ କାଜୁ ଗଛ ଲାଗିଥିଲା। ଏଠାରେ ପ୍ରଥମ ବର୍ଷ ୧୫,୦୬,୪୦୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଦ୍ବିତୀୟ ବର୍ଷରେ ୬,୮୦,୦୦୦ଟଙ୍କା ଏବଂ ତୃତୀୟ ବର୍ଷରେ ୮୮,୧୭୦ ଟଙ୍କା ଖର୍ଚ୍ଚ ହୋଇଛି। ତିନିବର୍ଷରେ ମୋଟ ୨୨,୭୪,୫୭୦ ଟଙ୍କା ଖର୍ଚ୍ଚ ହୋଇଛି। ମାତ୍ର ଏଠାରେ ହାତ ଗଣତି କିଛି ଗଛ ବଂଚି ଥିବା ବେଳେ ଆଉ କିଛି ଗଛ ନାହିଁ।
ହିସାବ କହୁଛି, ପ୍ରତି ହେକ୍ଟର ପିଛା ୨୦୦ ଗଛ ଲଗାଯିବା କଥା। ତେବେ ହେକ୍ଟରକୁ ଯଦି ୨୦୦ ଗଛ ଲଗାଯାଏ, ତେବେ ଏହି ୭ ହେକ୍ଟରରେ ସର୍ବନିମ୍ନ ୧୪୦୦ କାଜୁ ଗଛ ରହିବା କଥା। ଯଦି ଗଛର ମୃତ୍ୟୁହାରକୁ ହିସାବକୁ ନିଆଯାଏ, ତେବେ ସରକାରୀ ହିସାବରେ ପ୍ରଥମ ବର୍ଷ ୧୦ ପ୍ରତିଶତ ଗଛ ମରିଯିବାର ସମ୍ଭାବନା ରହିଛି। ସେହିପରି ଦ୍ବିତୀୟ ବର୍ଷ ଏହା ୫ ପ୍ରତିଶତ ଗଛ ମରିବାର ବି ସମ୍ଭାବନା ରହିଛି। ତେଣୁ ଦୁଇ ବର୍ଷରେ ଗଛ ବରିଗଲେ ବି ସର୍ବନିମ୍ନ ୧୨ଶହ ଗଛ ନିଶ୍ଚିତ ରହିବା କଥା। ମାତ୍ର ଏଠାରେ ଗୋଟିଏ ବି ଗଛ ନାହିଁ।ତେବେ ଏହି ରସବନ୍ତଳପୁର ସ୍ଥାନରେ କାଜୁ ଗଛ ଲାଗିଥିଲା ବେଳେ ସମୁଦାୟ ଖର୍ଚ୍ଚ ହୋଇଛି ୬୪ ଲକ୍ଷ ୭୨ ହଜାର ୩୪୩ ଟଙ୍କା ଖର୍ଚ୍ଚ ହୋଇଛି। ସାଧାରଣ ଭାବେ ୬୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସ୍ବାଭାବିକ ଭାବେ ତିନୋଟି ସୁନ୍ଦର କାଜୁ ଜଙ୍ଗଲ ସୃଷ୍ଟି ହୋଇ ପାରିବା କଥା। ମାତ୍ର ୬୦ଟି ବି ଗଛ ନାହିଁ। ଯାହା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତାଙ୍କର କହିବା କଥା ନା ମିଳିଲା ଗଛ ଲଗାଇବା ପଇସା ନା ଜଗା ରଖା ଟଙ୍କା । ଏଣୁ ବାଧ୍ୟ ହୋଇ ବୃକ୍ଷରୋପଣ ଠାରୁ ଦୁରେଇ ଗଲୁ ।
ଖାଲି ଏହି ରସବନ୍ତଳା ଗାଁ ନୁହେଁ, ଝୁମ୍ପୁରା ବ୍ଲକର ଏକାଧିକ ଗ୍ରାମରେ ଲାଗିଥିବା ଏଭଳି କାଜୁ ଗଛ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ତେବେ ଏଠାରେ କଥା ଉଠୁଛି, ଯଦି ବୃକ୍ଷ ରୋପଣ ହେଉଛି ତାହାର ସଂପୂର୍ଣ୍ଣ ଦାୟିତ୍ବ ମୃତ୍ତିକା ସଂରକ୍ଷଣ ବିଭାଗ ନେବା କଥା। ମାତ୍ର ଧର୍ମକୁ ଆଖିଠାର ମାରି କେବଳ ଲକ୍ଷ ଲକ୍ଷ ଖର୍ଚ୍ଚ ହୋଇଥିବା ଅର୍ଥ ଶ୍ରାଦ୍ଧ କରାଯାଉଥିବା ଲକ୍ଷ୍ୟ କରାଯାଉଛି। ହେଲେ ଏହି ଅଭିଯୋଗକୁ ସିଧା ସିଧା ଖାରଜ କରିଛନ୍ତି ପ୍ରକଳ୍ପ ନିର୍ଦ୍ଦେଶକ ‘ ତାଙ୍କର କହିବା କଥା ଗଛ ଲଗାଇ ଆମେ ହିତାଧିକାରୀଙ୍କୁ ଦେଇ ଦେଇଛୁ । ହେଲେ ହିତାଧିକାରୀ ମାନେ ତାର ଯତ୍ନ ନେଲେ ନାହିଁ ।
ଗତ ବର୍ଷ ବିଧାନସଭା ଷ୍ଟାଣ୍ଟିଙ୍ଗକମିଟ ବନ ବିଭାଗ ଦ୍ଵାରା ବୃକ୍ଷରୋପଣ ରେ ଗଛ ନ ଥିବା ଦେଖି ବିଭାଗକୁ ଭତ୍ସନା କରିଥିଲେ । ଏବେ ଏହି ବିଭାଗରେ । ତେଣୁ ସତେ ଯେମିତି ବାଟମାରଣା ପାଇଁ ବୃକ୍ଷରୋପଣ ଚାଲିଛି ।

You May Also Like

More From Author

+ There are no comments

Add yours