ତେଜସ୍ ରେ ଉଡିଲେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ ମୋଦିଙ୍କ ପାଇଲଟ୍ ଲୁକ

ସ୍ବଦେଶୀ ଲଢୁଆ ବିମାନ ‘ତେଜସ’ରେ ଉଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ୍‌ କରି କହିଲେ ଅନୁଭବ ଅବିଶ୍ବସନୀୟ । ବାୟୁସେନା, ଏଚଏଏଲ ଓ ଡିଆରଡିଓକୁ କଲେ ପ୍ରଶଂସା ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ବାୟୁସେନାର ସ୍ବଦେଶୀ ଲଢୁଆ ବିମାନ ‘ତେଜସ’ରେ ଉଡାଣ ଭରିଛନ୍ତି । ବେଙ୍ଗାଲୁରୁ ସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ) ପରିଦର୍ଶନ କରିବା ଅବସରରେ ସେ ସ୍ବଦେଶୀ ନିର୍ମିତ ଏହି ଅତ୍ୟାଧୁନିକ ଲଢୁଆ ବିମାନରେ ଉଡାଣ ଭରିଛନ୍ତି । ଟ୍ବିଟ୍‌ କରି ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ଖୁସିବ୍ୟକ୍ତ କରିବା ସହ କହିଛନ୍ତି, ‘‘ତେଜସରେ ସଫଳତା ପୂର୍ବକ ଉଡାଣ ଭରିଲି । ଏହା ମତେ ମୋ ଦେଶର ସ୍ବଦେଶୀ ଜ୍ଞାନକୌଶଳ ଉପରେ ଆହୁରି ଆତ୍ମବିଶ୍ବାସ ବଢାଇବାର ଅବସର ଦେଇଛି । ତେଜସରେ ସଫଳତା ପୂର୍ବକ ଉଡାଣ ଭରିବାର ଅନୁଭବ ଅବିଶ୍ବସନୀୟ ଥିଲା । ମୁଁ ଆଜି ଅବସରରେ ଏହା ଅତି ଗର୍ବର ସହ କହିପାରେ, ଆମ ପରିଶ୍ରମ କାରଣରୁ ଆତ୍ମନିର୍ଭରତା କ୍ଷେତ୍ରରେ ଆମେ ବିଶ୍ବରେ କାହା ଠାରୁ କମ ନୁହନ୍ତି । ଭାରତୀୟ ବାୟୁସେନା, ଡିଆରଡିଓ ଓ ଏଚଏଏଲ ସମେତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ’

ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ସ୍ଥିତି ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡର ମୁଖ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଜାରି ରହିଥିବା ଲଢୁଆ ବିମାନ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେ ଏହି ଅବସରରେ ଭାରତରେ ପ୍ରତିରକ୍ଷା ସାମଗ୍ରୀର ନିର୍ମାଣ ଓ ଆତ୍ମନିର୍ଭର ହେବା ସହ ବିଦେଶ ରପ୍ତାନୀ ପାଇଁ ତାଙ୍କ ସରକାର କିପରି ପଦକ୍ଷେପ ଗ୍ରହଣ କରିଛି, ସେ ସମ୍ପର୍କରେ ଗୁରୁତ୍ବାରୋପ କରିଥିଲେ । ଏହା ପରେ ଏଚଏଏଲ ନିର୍ମିତ ହାଲୁକା ଲଢୁଆ ବିମାନ ତେଜସରେ ଉଡାଣ ଭରିଥିଲେ । ଏହି ଉଡାଣ ଅବସରରେ ତାଙ୍କୁ ସମ୍ପୂର୍ଣ୍ଣ ବାୟୁସେନା ପାଇଲଟଙ୍କ ପୋଷାକରେ ଦେଖିବାକୁ ମିଳିଥିଲା । ଏହା ପରେ ସେ ଏକାଧିକ ଫଟୋ ସହ ଉଡାଣ ଅନୁଭୂତି ଏକ୍ସରେ ଟ୍ବିଟ୍‌ କରି ସେୟାର ମଧ୍ୟ କରିଥିଲେ ।

You May Also Like

More From Author

+ There are no comments

Add yours