ପୁରୀରୁ ପାତାଳୀ ଶ୍ରୀକ୍ଷେତ୍ରକୁ ଆସିଲା ଦେବୀ ସୁଭଦ୍ରାଙ୍କ ରଥଚକ

ସୁବର୍ଣ୍ଣପୁର: ଶ୍ରୀକ୍ଷେତ୍ର ପୁରୀ ରୁ ଆସିଲା ଦେବୀ ସୁଭଦ୍ରାଙ୍କ ରଥ ଚକ। ଏହି ରଥ ଚକ ପାତାଳୀ କ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇ ଠାରେ ରହିବ । କୋଟସମଲେଇ ପାତାଳୀ କ୍ଷେତ୍ର ରୁ ଯାଇଥିବା ତୁଳସୀ ଗାଡିରେ ଶ୍ରୀକ୍ଷେତ୍ର ପୁରୀରୁ ଦେବୀ ସୁଭଦ୍ରା ଙ୍କ ରଥରେ ଲାଗି ଥିବା ଏକ ଚକ ଆସିଛି । ଏହା କୁ ନେଇ ଆସିଥିବା ଗାଡ଼ି ଟି ସୋନପୁର ସହର ତେଲନଦୀ ପୋଲ ନିକଟରେ ପହଞ୍ଚିବା ପରେ ଜିଲ୍ଲା ବାସି ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ । ଗାଡ଼ିଟି ସୋନପୁର ସହର ସାରା ବୁଲିବା ପରେ ପାତାଳୀ ଶ୍ରୀକ୍ଷେତ୍ର ଅଭିମୁଖେ ଯାଇଥିଲା । ସେଠାରେ ସାଧାରଣ ଭକ୍ତ ଙ୍କ ଦର୍ଶନ ପାଇଁ ରଖାଯିବ ବୋଲି ଜଣା ପଡିଛି ।

ସୁବର୍ଣ୍ଣପୁରରୁ ନିରଞ୍ଜନ ମିଶ୍ର,ଶବ୍ଦ ମି଼ଡିଆ

You May Also Like

More From Author

+ There are no comments

Add yours