ଆଇଏନଏସ ଇମ୍ଫାଲରୁ ସଫଳତାର ସହ ସୁପରସୋନିକ୍ ବ୍ରହ୍ମୋସ ମିସାଇଲକୁ ପରୀକ୍ଷଣ

ଭାରତୀୟ ନୌସେନାର ବଢ଼ିଲା ବଳ । ଆଇଏନଏସ ଇମ୍ଫାଲରୁ ସଫଳତାର ସହ ସୁପରସୋନିକ୍ ବ୍ରହ୍ମୋସ ମିସାଇଲକୁ ପରୀକ୍ଷଣ କରାଯାଇଛି । ପ୍ରଥମ ଥର ପାଇଁ କୌଣସି ଯୁଦ୍ଧପୋତ, ନୌସେନାରେ ସାମିଲ ହେବା ପୂର୍ବରୁ ଏହି ଟେଷ୍ଟ କରାଯାଇଛି । ଏହି ବାଲାଷ୍ଟିକ୍ ମିସାଇଲ୍ ୯୦ଡିଗ୍ରୀ କୋଣ ସୃଷ୍ଟି କରି ଶତ୍ରୁପକ୍ଷକୁ ମାତ୍ ଦେବ । ଏଥିର ଶତ୍ରୁରାଷ୍ଟ୍ର ବର୍ତ୍ତିବା ମୁସ୍କିଲ୍ ବୋଲି ନାଭାଲ ପକ୍ଷରୁ କୁହାଯାଇଛି ।
ବିଶାଖାପାଟନାମ ଆଇଏନଏସ ଇମ୍ଫାଲ ଯୁଦ୍ଧ ଜାହାଜରୁ ପରୀକ୍ଷଣ ହୋଇଥିବା ଅତ୍ୟାଧୁନିକ ବ୍ରହ୍ମୋସ୍ ମିସାଇଲ ସିଧା ଲକ୍ଷ୍ୟ ଭେଦ କରିଛି । ଏହି ବିଧ୍ଵଂସକ ମିସାଇଲ୍ ଚଳିତ ବର୍ଷ ଶେଷ ବେଳକୁ ନୌସେନାରେ ସାମିଲ କରାଯିବ । ଏହାଛଡ଼ା ଇମ୍ଫାଲ ଯୁଦ୍ଧ ଜାହାଜର ଡିସପ୍ଲେସମେଣ୍ଟ ୭୪ଶହ ଟନ୍ । ଏହାର ଦୈଘ୍ୟ ୫୩୫ ଫିଟ୍ ଲମ୍ବ । ଏହା ଉଭୟ ଡିଜେଲ୍-ଇଲେକ୍ଟ୍ରିକ୍ ଯୁଦ୍ଧର ପୋତ। ଘଣ୍ଟା ପ୍ରତି ସର୍ବାଧିକ ୫୬ କିଲୋମିଟର ବେଗରେ ଗତି କରିବ । ଯଦି ଘଣ୍ଟାପ୍ରତି ୩୩ କିଲୋମିଟର ବେଗରେ ଚାଲିଲେ ୧୫ ହଜାର କିମି ଦୂରତା ଯାତ୍ରା କରିବ । ଏହି ଯୁଦ୍ଧ ଜାହାଜ ୪୫ ଦିନ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ରହିପାରିବ । ଏଥିରେ ୪ଟି ବୋଟ୍ ମଧ୍ୟ ରହିଛି । ଏହି ଯୁଦ୍ଧପୋତ ୪୮ ଭର୍ଟିକାଲ ଲଞ୍ଚ ସିଷ୍ଟମ ରହିଛି । ଏହି ଆଣ୍ଟି ଏୟାର ଓ୍ବାରଫେୟାର 32-ବାରକ୍-୮ ଭୂ-ପୃଷ୍ଟରୁ ଆକାଶ ମାରିପାରିବା ମିସାଇଲ୍ ଲାଗିଛି । ଏହାଛଡ଼ା ୧୬ ଆଣ୍ଟ-ସବମରୀନ୍ ମିସାଇଲ୍ ମଧ୍ୟ ମୁତୟନ ରହିଛି । ଆଇଏନଏସ ଇମ୍ଫାଲରେ ୫୦ ନୌସେନା ଅଧିକାରୀ ଓ ୨୫୦ ନୌସୈନିକ ମୁତୟନ ହୋଇପାରିବେ ।

You May Also Like

More From Author

+ There are no comments

Add yours