ସୋନପୁର ସହରର ମନ୍ଦିର ପୂଜକଙ୍କ ଘରୁ ଲକ୍ଷାଧିକ ଟଙ୍କାର ଚୋରି

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ରମଜୀ ନଗର ରେ ରହୁଥିବା ଜଣେ ମନ୍ଦିର ପୂଜକ ଙ୍କ ଘରୁ ଚୋରି । ସହର ର ପଞ୍ଚରଥ ମନ୍ଦିର ପୂଜକ କୈଳାସ ରଥଙ୍କ ଘରୁ ଗ୍ରିଲ ଓ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଚୋରି । ସୋନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଳମ୍ୱିତ ରାତ୍ରି ଘରେ କେହି ନଥିବା ବେଳେ ଚୋରମାନେଏ,ହାର ସୁଯୋଗ ନେଇ ଘର ଗ୍ରିଲ୍ ଭାଙ୍ଗି ବେଡ଼ ରୁମ କୁ ପଶିଥିଲେ । ଘରର ଆଲମାରୀ ଭାଙ୍ଗି ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଂକାର ଚୋରି ହୋଇ ଥିବା ଘର ମାଲିକ ସୋନପୁର୍ ଥନା ରେ ଅଭିଯୋଗ କରିଛନ୍ତି । ସହରରେ ବାରମ୍ବାର ଚୋରି ଘଟଣା ବଢ଼ିବାରେ ଲାଗିଛି । ଫଳରେ ସହରବାସୀ ଭୟ ଓ ଆଶଙ୍କାରେ ରହୁଛନ୍ତି ।

You May Also Like

More From Author

+ There are no comments

Add yours