ଆତ୍ମନିର୍ଭର ଦୁଇ ଏସ୍ ଏସ୍ ଜି ସଦସ୍ୟାଙ୍କୁ ମିଶନ ଶକ୍ତି ମହାସଂଘର ଅଣଦେଖା ଅଭିଯୋଗ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସ୍ୱୟଂ ସହାୟିକା ଗୋଷ୍ଠୀର ଦୁଇ ସଭାନେତ୍ରୀ । ବ୍ୟାଙ୍କ ଏବଂ ମିଶନ ଶକ୍ତି ରୁ ଋଣ ନେଇ ସ୍ୱାବଲମ୍ବୀ ହେଲେ । ଏମିତି ଦୁଇ ଜଣ ଚନ୍ଦାହାଣ୍ଡି ସଦରର ମା ତୁଳସୀ ସ୍ୱୟଂ ସହାୟିକା ଗୋଷ୍ଠୀର ସଭା ନେତ୍ରୀ ଉଲ୍ଲାସ ମାଝି ଓ ଫଟକୀ ପଂଚାୟତ ସଦରର ମା ସମେଲେଇ ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ସୁନୀତା ପଟେଲ । ଉଲ୍ଲାସ ମାଝି ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇଥିବା ବେଳେ ସୁନୀତା ନିଜ ୧ ଏକର ଜମି ରେ ପନିପରିବା ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି । ଏମାନେ ଜଣେ ଜଣେ ସ୍ୱୟଂ ସହାୟିକା ଗୋଷ୍ଠୀର ସଫଳ ସଦସ୍ୟା ହୋଇଥିବା ସତ୍ତ୍ୱେ ବ୍ଲକ ମିଶନ ଶକ୍ତି ମହା ସଂଘ( ବି ଏଲ୍ ଏଫ୍‌) ସେମାନଙ୍କୁ ଅଣ ଦେଖା କରୁଥିବା ଅଭିଯୋଗ ହୋଇଛି । ଏ ଦିଗରେ ଜିଲ୍ଲା ମିଶନ ଶକ୍ତି ମହାସଂଘ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି ।
ଚନ୍ଦାହାଣ୍ଡି ବ୍ଲକ ସଦରରେ ୧୦ ଜଣ ମହିଳାଙ୍କୁ ନେଇ ମା ତୁଳସୀ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରିଛନ୍ତି ଉଲ୍ଲାସ ମାଝି । ସେ ନିଜେ ଏହି ସ୍ୱୟଂ ସହାୟିକା ଗୋଷ୍ଠୀର ସଭା ନେତ୍ରୀ ଥିବା ବେଳେ ପ୍ରତିମା ମାଝି ସମ୍ପାଦିକା ଭାବରେ ରହିଛନ୍ତି । ଗତ ୨୦୨୧ ମସିହାରେ ମିଶନ ଶକ୍ତି ତରଫରୁ ୫୦ ହଜାର ଟଙ୍କା ଋଣ ନେଇ ଚନ୍ଦାହାଣ୍ଡି କୃଷି ବିଭାଗ ସହାୟତା ରେ ଧିଙ୍ଗିରି ଛତୁ ଚାଷ ଆରମ୍ଭ କରିଥିଲେ । ପ୍ରଥମେ ସେ ବିଭାଗ ଦ୍ୱାରା ୧୦ ପ୍ୟାକ ଛତୁ ବିହନ ଚାଷ ଆରମ୍ଭ କରିଥିଲେ । ଦୈନିକ ୫ ରୁ ୭ କେ ଜି ଛତୁ ଉତ୍ପାଦନ ହୋଇଥିଲା। ସ୍ଥାନୀୟ ବଜାରରେ ଏହାର ଚାହିଦା ଭଲ ରହିଥିବାରୁ ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ମାନେ ଛତୁ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବା ସହ ଅଧିକ ଛତୁ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏବେ ନିଜେ ଛତୁ ଚାଷ କରିବା ସହ ଅନ୍ୟ ଏସ୍ ଏସ୍ ଜି ମହିଳାଙ୍କୁ ଛତୁ ଚାଷ ପାଇଁ ପ୍ରବର୍ତ୍ତାଉଥିବା ନେଇ ଉଲ୍ଲାସ ମାଝି ପ୍ରକାଶ କରିଛନ୍ତି । ତାଙ୍କ ପ୍ରେରଣାରେ ଚନ୍ଦାହାଣ୍ଡି ବ୍ଲକ ର ୧୦ ଟି ଏସ୍ ଏସ୍ ଜି ଗ୍ରୁପ ର ସଦସ୍ୟା ଛତୁ ଚାଷ ପାଇଁ ଆଗ୍ରହ ପ୍ରକାଶ କରି ତାଲିମ ନେବା କୁ ପ୍ରସ୍ତୁତ ହୋଇ ଥିବା ନେଇ ସେ ସୂଚନା ଦେଇଛନ୍ତି । ଛତୁ ଚାଷ କରି ସେ ଭଲ ଦୁଇ ପଇସା ରୋଜଗାର କରି ନିଜ ପରିବାର ସହ ଖୁସୀ ରେ ରହି ଥିବା ନେଇ ସେ ସୂଚନା ଦେଇଛନ୍ତି । ସେହି ପରି ଫଟକୀ ପଂଚାୟତ ସଦର ରେ ସୁନୀତା ପଟେଲ ସହି ର ୧୧ ଜଣ ମହିଳାଙ୍କୁ ନେଇ ମା ସମଲେଇ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରିଛନ୍ତି । ମିଶନ ଶକ୍ତି ଠାରୁ ୫୦ ହଜାର ଟଙ୍କା ଋଣ ସେ ଗତ ଦୁଇ ବର୍ଷ ତଳେ ନେଇଥିଲେ । ସେ ନିଜ ୧ ଏକର ଜମିରେ ପନିପରିବା ଚାଷ ଆରମ୍ଭ କରି ଥିଲେ । ସ୍ୱାମୀ ଖାମସିଂ ପଟେଲ ଙ୍କ ସହ ମିଶି ସେମାନେ କଠିନ ପରିଶ୍ରମ କରି ନିଜ ବାଡି ରେ ବାଇଗଣ, କୋବି, ଟମାଟୋ, ପାଳଙ୍ଗ ଶାଗ ଚାଷ ରେ ଭଲ ରୋଜଗାର କରି ତାଙ୍କର ପରିବାର ଖୁସିରେ ଚଳୁଛନ୍ତି । ପନିପରିବା ଚାଷ କରି ସେ ଏକ ଉଦାହରଣ ସାଜି ଥିବା ବେଳେ ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ସାଜିଛନ୍ତି ଆତ୍ମନିର୍ଭର ହେବାର ପ୍ରେରଣା । ଉଲ୍ଲାସ ମାଝି ଓ ସୁନୀତା ପଟେଲ ମିଶନ ଶକ୍ତି ମାଧ୍ୟମରେ ଋଣ ନେଇ ଠିକ ସମୟ ରେ ୭% ସୁଧ ସହ ସମସ୍ତ ଋଣ ଟଙ୍କା ପରିଶୋଧ କରି ଥିଲେ ମଧ୍ୟ ବ୍ଲକ ମିଶନ ଶକ୍ତି ମହା ସଂଘ ର ଏମାନଙ୍କ ପ୍ରତି ରହିଛି ଅଣ ଦେଖା । ମହା ସଂଘ ର ସଭାନେତ୍ରୀ କିମ୍ବା କୌଣସି ଇ ସି ମେମ୍ବର ଏମାନଙ୍କ ସହ ଯୋଗା ଯୋଗ ନାହିଁ କିମ୍ବା ମିଶନ ଶକ୍ତି ମାଧ୍ୟମ ରେ ଉପଯୁକ୍ତ ତାଲିମ ପ୍ରଦାନ କରି ଋଣ ପ୍ରଦାନ କରିବା ରେ ନିଘା ନାହିଁ । କେବଳ ରାଜନୀତିକ ବୈଠକ ରେ ସେମାନଙ୍କୁ ସଂଘ ର ସଭାନେତ୍ରୀ ଡାକରା ଦେଉଥିବା ନେଇ ସେମାନେ ପ୍ରକାଶ କରିଛନ୍ତି । ଉଲ୍ଲାସ ମାଝି +୨ ପାଠ ପଢିଥିବା ସହ ସିଲେଇ ରେ ଆଇ ଟି ଆଇ ଶିକ୍ଷା ନେଇଛନ୍ତି ଓ ସୁନୀତା ପଟେଲ ଦଶମ ପାସ୍ କରିଥିବା ସହ କମ୍ପୁଟର ରେ ଡି ସି ଏ କରି ଥିବା ନେଇ ପ୍ରକାଶ କରିଛନ୍ତି । ଏହି ଦୁଇ ଏସ୍ ଏସ୍ ଜି ସଦସ୍ୟା ଜଣେ ଦକ୍ଷ ମହିଳା ହୋଇଥିବା ବେଳେ ଏମ୍ ବି କେ ଏବଂ ସି ଆର୍ ପି ପଦବୀ ଦେବା କୁ ମିଶନ ଶକ୍ତି ମହା ସଂଘ ନାରାଜ । ଏହା କୁ ନେଇ ଏଠାରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଗୋଟିଏ ପଟେ ରାଜ୍ୟ ସରକାର ବିନା ସୁଧ ରେ ଏସ୍ ଏସ୍ ଜି ମା ମାନଙ୍କୁ ଋଣ ପ୍ରଦାନ କରୁ ଥିବା ନେଇ ବାହାସ୍ଫୋଟ ମାରୁ ଥିବା ବେଲେ ଏପଟେ ୭ % ସୁଧ ଅସୁଲ କରୁଛି । ଏମାନଙ୍କୁ ଅଧିକା ଆଗକୁ ନେବାସକାସେ ବ୍ଲକ ସ୍ତରରେ ବି ଏଲ୍ ଏଫ୍ ଜି ଏଲ୍ ଏଫ୍ ସଂଘ ଗଠନ କରି ଥିବା ବେଳେ ଏଠାରେ ଏହା ଏକ ପ୍ରହସନ ପାଲଟିଛି । ଏ ଦିଗ ରେ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ସାଧାରଣ ରେ ଦାବୀ ହୋଇଛି।
ନବରଙ୍ଗପୁରରୁ ମୁକୁନ୍ଦ ବେଶ୍ରା, ଶବ୍ଦ ମିଡିଆ

You May Also Like

More From Author

+ There are no comments

Add yours