ରବିବାର ନିଳାଦ୍ରୀବିହାର ସ୍ଥିତ ସୀତାନାଥ ନଗରରେ ଯଶୋଦା ମାଆ ଫାଉଣ୍ଡେସନ ଆନୁକୁଲ୍ୟରେ ଭିନ୍ନକ୍ଷମ ଦିବସକୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି। ସଂପର୍କ ଆମ ହୃଦୟର ପରିବାର, ଧରିତ୍ରୀ ମହାରଥା, ପ୍ରକାଶ ରାଉତ, ସଂଯୁକ୍ତା ମହାରଣା ଯଶୋଦା ମାଆ ପରିବାରର ପୁଅ ତାପସ ଦାଶ ଓ ସୁଭମ୍ ର ସହୋଯୋଗରେ ଛାଡଖାଇ ଭୋଜି ମଧ୍ୟ ଆୟୋଜିତ ହୋଇଥିଲା। କୁନିକୁନି ପିଲାଙ୍କ ମନରେ ଭୋଜି ପ୍ରତି ଥିବା ଉତ୍ସୁକତାରେ ଉକ୍ତ ପରିବେଶର ମାହୋଲ୍ ସଂପୂର୍ଣ୍ଣ ଚଳଚଞ୍ଚଳ ହୋଇଉଠୁଥିଲା। ଅପରାହ୍ନରେ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଜଗବନ୍ଧୁ ଜରାଶ୍ରମର କର୍ମକର୍ତ୍ତା ଗଣ ବିଭିନ୍ନ ବସ୍ତିର ୫୦ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କମ୍ବଳ ଓ ରାସନ୍ ବଣ୍ଟନ କରିଥିଲେ। ସୁବ୍ରତ ତ୍ରିପାଠୀ ,ବନ୍ଦନା ମିଶ୍ର ପର୍ବତାରୋହୀ ବିଭାରାଣୀ ପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁନ୍ଦରଭାବେ ଆଗେଇ ନେଇଥିଲେ। ସମସ୍ତେ ଯଶୋଦା ମାଆ ଶ୍ରୀମତୀ ନିବେଦିତା ଲେଙ୍କାଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ଓ ଭବିଷ୍ୟତରେ ସମସ୍ତେ ଏଭଳି ସାମାଜିକ କାର୍ଯକ୍ରମରେ ନିଜକୁ ନିଷ୍ଠାର ସହ ନିୟୋଜିତ ରଖିବେ ବୋଲି ଶପଥ ନେଇଥିଲେ ।






