ଷଷ୍ଠ ଦିନରେ ମଦ ଭାଟିରେ ଚଢ଼ାଉ,ମିଳୁଛି କେଜି କେଜି ସୁନା

ବଲାଙ୍ଗୀର ଆୟକର ବିଭାଗ ତରଫରୁ ସୁଦପଡା ଦେଶୀ ମଦଭାଟିରେ ରେଡ ଘଟଣା I ଷଷ୍ଠ ଦିନରେ ମଧ୍ୟ ଚଢ଼ାଉ ଜାରି ରହିଛି । ଦିନ ରାତି ଏକ କରି ଖିଅ ଖୋଜୁଛନ୍ତି ଆୟକର ବିଭାଗ ଅଧିକାରୀ । ଗତକାଲି ସୁଦପଡା ମଦଭାଟି ମୁଖ୍ୟ ମ୍ୟାନେଜର୍ ରାଜେଶ ସାହୁ ଓ ଫାଇନାନସିଆଲ ମ୍ୟାନେଜର ବଣ୍ଟି ସାହୁଙ୍କ ଘରୁ ଜବତ ହୋଇଥିବା ଟଙ୍କାର ଗଣତି ଶେଷ ହୋଇଛି । ଚାରିଦିନ ଧରି ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ମାରାଥନ ଗଣତି ଚାଲିଥିଲା I ଗଣତି ବେଳେ କେତେ ଟଙ୍କା ବାହାରିଛି ଷ୍ଟେଟ ବ୍ୟାଙ୍କ ପକ୍ଷରୁ କୌଣସି ତଥ୍ୟ ଦିଆଯାଇ ନଥିବା ବେଳେ, ୧୭୬ଟି ବ୍ୟାଗରୁ ୩୦୦ରୁ ୩୫୦ କୋଟି ଟଙ୍କା ବାହାରିଥିବା ଆକଳନ କରାଯାଉଛି । ଟଙ୍କା ପରେ ଏବେ ଆଇଟି ବିଭାଗର ନଜର ଜବତ ହୋଇଥିବା ଦସ୍ତାବିଜ ଉପରେ ପଡିଛି I ଜବତ ହୋଇଥିବା ଗୁରୁତ୍ଵପୂର୍ଣ୍ଣ କାଗଜପତ୍ରରୁ କେତେ ଟଙ୍କା ଆୟ ବ୍ୟୟ ହୋଇଛି ତାହାର ଅଟକଳ କରାଯାଉଛି I ଟଙ୍କା ପରେ ଏବେ ଆୟକର ବିଭାଗ ନଜରରେ ରହିଛି ଜବତ ହୋଇଥିବା ଫାଇଲ I ଭାଟିରୁ କେଜି କେଜି ସୁନା ମଧ୍ୟ ଜବତ ହୋଇଥିବା ଚର୍ଚ୍ଚା ହେଉଛି I ଆଜି ସ୍ପଷ୍ଟ ହେବ ଜବତ ଟଙ୍କାର ପରିମାଣ I

You May Also Like

More From Author

+ There are no comments

Add yours