Wed. Oct 14th, 2026
BJP leader Vishnu Deo Sai being garlanded by party leaders after he was elected the next chief minister of Chhattisgarh | PTI


ଛତିଶଗଡ଼ ଗାଦି ସମ୍ଭାଳିବେ ବିଷ୍ଣୁଦେବ ସାଏ। ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହେବେ। ରାୟପୁରରେ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ବିଧାନସଭା ଦଳର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବିଷ୍ଣୁଦେବ ସାଏଙ୍କ ନାମ ଅନୁମୋଦନ କରାଯାଇଥିଲା।
ବିଷ୍ଣୁଦେବ ସାଏ କୁଙ୍କୁରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଅଟନ୍ତି । ସାଏ କଂଗ୍ରେସ ପ୍ରାର୍ଥୀ ୟୁଡି ମିଞ୍ଜକୁ ୨୫,୪୪୧ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେ ଆଦିବାସୀ ସମାଜର ଜଣେ ବଡ ନେତା । ଛତିଶଗଡର ନୂଆ ସିଏମ୍ ବିଷ୍ଣୁଦେବ ସାଏ ରାଜ୍ୟର ଟପ୍ ଲିଡରଙ୍କ ମଧ୍ୟରେ ଏକ ପ୍ରମୁଖ ନାମ। ବିଷ୍ଣୁଦେବ ସାଏ ମଧ୍ୟ ଚାରିଥର ସାଂସଦ, ଦୁଇଥର ବିଧାୟକ, ଦୁଇଥର କେନ୍ଦ୍ର ମନ୍ତ୍ରୀ ଏବଂ ରାଜ୍ୟ ସଭାପତି ହୋଇଛନ୍ତି। ଏହା ସହିତ ସଂଗଠନରେ କାର୍ଯ୍ୟ କରିବାର ଦୀର୍ଘ ଅଭିଜ୍ଞତା ତାଙ୍କର ରହିଛି।

୨୦୨୩ରେ ସେ ବିଧାନସଭା ନିର୍ବାଚନରେ କୁଙ୍କୁରୀ ଆସନରୁ ଜିତିଛନ୍ତି। ବିଷ୍ଣୁଦେବ ସାଏ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ହୋଇପାରନ୍ତି, ଏନେଇ ଆଗରୁ ଚର୍ଚ୍ଚା ହେଉଥିଲା। କାରଣ ବିଷ୍ଣୁଦେବ ସାଏ ଏକ ସ୍ବଚ୍ଛ ଭାବମୂର୍ତ୍ତି ସହିତ ଜଣେ ନେତା ଭାବରେ ଜଣାଶୁଣା। ରାଜ୍ୟ ସଭାପତି ପଦରୁ ହଟାଯିବା ମଧ୍ୟ ସେ ଦଳ ସହ ନିରନ୍ତର ଜଡିତ ରହିଛନ୍ତି। ପରେ ୧୯୮୯ରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ।

ସେ ପ୍ରଥମେ ଗାଁ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ। ସଂଘ ସହିତ ଜଡିତ ଥିଲେ। ୧୯୯୦ରେ ଭାରତୀୟ ଜନତା ପାର୍ଟି ତାଙ୍କ ଉପରେ ଆସ୍ଥା ପ୍ରକାଶ କରି ତପକରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଟିକେଟ୍ ଦେଇଥିଲେ, ଯେଉଁଥିରେ ସେ ଜିତିଥିଲେ।
ଏହା ପରେ ସେ ଲଗାତାର ତିନି ଥର ପାଇଁ ରାୟଗଡ ଲୋକସଭା ନିର୍ବାଚନମଣ୍ଡଳୀରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ୧୯୯୯ ରୁ ୨୦୧୪ ପର୍ଯ୍ୟନ୍ତ ସେ ସେ ଲଗାତ ତାର ତିନି ଥର ସାଂସଦ ରହିଛନ୍ତି। ଏହି କ୍ରମରେ ବିଷ୍ଣୁଦେବ ସାଇ ଆଦିବାସୀ ସମାଜର ଏକ ବଡ଼ ଚେହେରା ପାଲଟିଗଲେ। ଆଦିବାସୀ କୋଟାରୁ ଆସିଥିବାରୁ ବିଷ୍ଣୁଦେବ ସାଏ ମଧ୍ଯ ସିଏମ୍ ରେସ୍ ପାଇଁ ଦାବିଦାର ଥିଲେ।
ଛତିଶଗଡରେ ମୁଖ୍ୟମନ୍ତ୍ରୀଙ୍କ ଚେହେରାକୁ ନେଇ ଅନେକ ନାମ ଆଲୋଚନା ହୋଇଥିଲା। ବିଷ୍ଣୁଦେବ ସାଏଙ୍କ ବ୍ୟତୀତ ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରେଣୁକା ସିଂ, ରାମବିଚର ନେତାମ, ଅରୁଣ ସାବ ଏବଂ ଓପି ଚୌଧୁରୀଙ୍କ ନାମ ଥୂଲା ।

Leave a Reply

Your email address will not be published. Required fields are marked *