ମୁମ୍ବାଇ: ଓଟିଟି ପ୍ଲାଟଫର୍ମ DISNEY PLUS HOTSTARରେ ଆଜି ରିଲିଜ୍ ହେବ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ବଲିଉଡ୍ ଫିଲ୍ମ ‘ଲକ୍ଷ୍ମୀ’। ଖିଲାଡ଼ି ଷ୍ଟାର୍ ଅକ୍ଷୟ କୁମାରଙ୍କୁ ଏଥର ଏକ ଭିନ୍ନ ଚରିତ୍ର ଓ ଲୁକ୍ରେ ଦେଖିବାକୁ ମିଳିବ।ଫିଲ୍ମରେ ଅକ୍ଷୟଙ୍କ ସହ ଅଭିନେତ୍ରୀ କିଆରା ଆଡଭାଣୀଙ୍କ ସହ ପ୍ରମୁଖ ଅଭିନେତା ଓ ଅଭିନେତ୍ରୀ ନଜର ଆସିବେ। ଫିଲ୍ମରେ ରହିଛି କମେଡି, ଆକ୍ସନ୍, ଥିଲର୍ ଏବଂ ସସ୍ପେନ୍ସ।ଏବେ ଅନେକ ରାଜ୍ୟରେ ସିନେମା ହଲ୍ ଖୋଲି ନ ଥିବାରୁ ଫିଲ୍ମକୁ ଓଟିଟି ପ୍ଲାଟଫର୍ମ DISNEY PLUS HOTSTARରେ ରିଲିଜ୍ ହେବ। ଆଜି ସନ୍ଧ୍ୟା ୭ଟା ୫ ପରେ ଏହାକୁ ଦେଖିପାରିବେ ଦର୍ଶକ।
