ମନେ ପଡ଼ନ୍ତି ଲୁଲୁ ମହାପାତ୍ର

ବ୍ରହ୍ମଗିରି: ପାଇକ ବିଦ୍ରୋହର କଣ୍ଣଧାର ବିପ୍ଳବୀ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କର ଦାୟାଦ, ଓଡ଼ିଶାର ଯୁବମାନସର ପ୍ରତୀକ ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର , ଲୁଲୁ ମହାପାତ୍ର ନାମରେ ମଧ୍ୟ ଜଣା। ୧୪ ଫେବ୍ରୁଆରୀ ୧୯୬୪ – ୬ ନଭେମ୍ବର ୨୦୧୬,ଓଡ଼ିଶାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଦଳର ଜଣେ ନେତା ଥିଲେ । ସେ ପୁରୀ ଜିଲ୍ଲାର ବ୍ରହ୍ମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୯୯୫, ୨୦୦୦ ଓ ୨୦୦୪ ମସିହାରେ ତିନି ଥର ନିର୍ବାଚିତ ହୋଇଥିଲେ । ସେ ୨୦୦୪ ମସିହାରୁ ୨୦୦୯ ଯାଏ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଥିଲେ । ଏଥି ସହିତ ସେ ୧୯୮୩ ମସିହାରେ ଭାରତୀୟ ଜାତୀୟ ଛାତ୍ର ପରିଷଦର ଯୁଗ୍ମ ସମ୍ପାଦକ ଥିଲେ । ମହାପାତ୍ର ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପାଖଲୋକ ଭାବେ ବିବେଚିତ ହେଉଥିଲେ ।୨୦୧୬ ମସିହା ନଭେମ୍ବର ୬ ତାରିଖରେ ଗୁରୁଗାଓଁଠାରେ ଲିଭର ସିରୋସିସ୍ ରୋଗରେ, ଓ ପରେ ଏକାଧିକ ଅଙ୍ଗ ଅକାମୀ ଓ ଷ୍ଟ୍ରୋକ ହେତୁ ୫୨ ବର୍ଷ ବୟସରେ ପ୍ରାଣ ହରାଇଥିଲେ ।

ଛାତ୍ର ରାଜନୀତିରେ ଲୁଲୁ ଥିଲେ ଖୁବ ସ୍ୱତନ୍ତ୍ର। ସେ ବିଜେବି କଲେଜରୁ ସ୍ନାତକ ଲାଭ କରିଥିଲେ । କଲେଜରେ ପଢ଼ିବା ବେଳେ ସେ ୧୯୮୩ ମସିହାରେ ଭାରତୀୟ ଜାତୀୟ ଛାତ୍ର ପରିଷଦର ଯୁଗ୍ମ ସମ୍ପାଦକ, ୧୯୮୫ରେ ସାଧାରଣ ସମ୍ପାଦକ, ଓ ୧୯୮୭ରେ ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ । ୧୯୯୬ରେ ସେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସଭାପତି ହୋଇଥିଲେ । ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢ଼ିବା କାଳରେ ସେ ସେଠାର ସିନେଟ ସଦସ୍ୟ ହୋଇଥିଲେ । ଓଡିଶା ରାଜନୀତିରେ ସେ ଥିଲେ ,ଲୋକଙ୍କ ଖାସ ନେତା। ୧୯୮୭ରୁ ୧୯୯୬ ମସିହା ଯାଏ ସେ ଓଡ଼ିଶା ଛାତ୍ର କଂଗ୍ରେସର ସଭାପତି ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଦସ୍ୟ ଥିଲେ । ମହାପାତ୍ର ଏହି ଦଳର ଉପସଭାପତି ଭାବେ ୨୦୦୯ରୁ ୨୦୧୪ ଯାଏ କାମ କରିଥିଲେ । ୧୯୯୫ରୁ ୨୦୦୯ ଯାଏ ବ୍ରହ୍ମଗିରିର ବିଧାୟକ ଭାବେ ଜିତିଥିବା ମହାପାତ୍ର ୨୦୦୯ ମସିହାରେ ବିଜେଡ଼ିର ସଞ୍ଜୟ ଦାସବର୍ମାଙ୍କ ଠାରୁ ପରାଜିତ ହୋଇଥିଲେ

You May Also Like

More From Author

+ There are no comments

Add yours