ନବରଙ୍ଗପୁରରେ ଜୀବ ବିଜ୍ଞାନ ସଂସ୍ଥାନର ମଡେଲ

“ଜୈବ ସମ୍ପଦରୁ ରୋଜଗାର ଆଶା”

ନବରଙ୍ଗପୁର: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଧିକ ଆତ୍ମ ନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରଯୁକ୍ତିବିଦ୍ୟା ପ୍ରକଳ୍ପ ମାଧ୍ୟମରେ ଆଜି ପାପଡାହାଣ୍ଡି ବ୍ଲକର ସେମଳାଠାରେ ଖଲିପତ୍ର ତିଆରି ମେସିନର ଶୁଭାରମ୍ଭ କରାଯାଉଛି । ଜୀବ ବିଜ୍ଞାନ ସଂସ୍ଥାନ ଓ କିସ୍ ଦ୍ଵାରା ଏହି ୟୁନିଟକୁ ଜିଲ୍ଲାପାଳ ଡ଼ଃ ଅଜିତ୍ କୁମାର ମିଶ୍ର ଓ ଜୀବ ବିଜ୍ଞାନ ସଂସ୍ଥାନର ନିର୍ଦ୍ଦେଶକ ପଦ୍ମଶ୍ରୀ ଡ଼ଃ ଅଜୟ ପରିଡ଼ା ମିଳିତ ଭାବେ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାପାଳ ଡ଼ଃ ମିଶ୍ର ମହିଳାମାନଙ୍କୁ ଆତ୍ମ ନିର୍ଭରଶୀଳ ହେବା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ହେବା ପାଇଁ ଆହ୍ୱାନ ଦେଇଥିଲେ । ଜୀବ ବିଜ୍ଞାନ ସଂସ୍ଥାନର ନିର୍ଦ୍ଦେଶକ ଡ଼ଃ ଅଜୟ ପରିଡ଼ା ସ୍ଥାନୀୟ ଜୈବ ସଂପଦକୁ ବ୍ୟବହାର କରି ସ୍ବୟଂ ସହାୟକ ଗୋଷ୍ଠୀ କୁ ଆତ୍ମ ନିର୍ଭରଶୀଳ କରିବା ଦିଗରେ ଏହା ଏକ ମଡେଲ ଭାବେ ନିଆଯାଇଛି ।

ଆସନ୍ତା ଦିନ ମାନଙ୍କରେ ଅନ୍ୟ ଜାଗାରେ ମଧ୍ୟ ଏହାକୁ ରୂପାନ୍ତରିତ କରାଯାଇ ପାରିବ ବୋଲି ଡ଼ଃ ପରିଡ଼ା ପ୍ରକାଶ କରିଥିଲେ । ଏହି ଅବସରରେ ୨୫ ଟି ସିଲେଇ ମେସିନ ମାତୃକୃପା, ମାଁ ଲକ୍ଷ୍ମୀ ଓ ଜୟ ଶ୍ରୀ ରାମ ସ୍ବୟଂ ସହାୟକ ଦଳ ର ସଦସ୍ୟ ମାନଙ୍କୁ ବିତରଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ଓର ମାସର ଉପ କାର୍ଯ୍ୟ ନିର୍ବାହୀ ଏ.ଉମା ମହେଶ, ଅମିତାଭ ରାଉତ ରାୟ, ଡ଼ଃ ରାଜୀବ ସ୍ବାଇଁ, ବିଜ୍ଞାନ ଓ କାରିଗରୀ କୌଶଳ ପ୍ରକଳ୍ପ ର କ୍ରିୟାନ୍ନୟନ କମିଟି ସଭ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।

You May Also Like

More From Author

+ There are no comments

Add yours