କେନ୍ଦୁଝର ଓଏମସି ଖଣିରେ ଶ୍ରମିକ ଅଶାନ୍ତି

କେନ୍ଦୁଝର : କେନ୍ଦୁଝର ଓଏମସି ଖଣିରେ ଶ୍ରମିକ ଅଶାନ୍ତି । ନିୟମକୁ ବେଖାତିର କରି ଶ୍ରମିକଙ୍କ ବଦଳରେ ମେସିନ କାମ କରୁଥିବା ଅଭିଯୋଗ କରିଛନ୍ତି ଶ୍ରମିକ । ଏହାଦ୍ୱାରା ଭୋକ ଉପାସରେ ଦିନ କାଟୁଛନ୍ତି ଶହ ଶହ ଖଣି ପ୍ରଭାବିତ ଶ୍ରମିକଙ୍କ ପରିବାର । ଖଣିରେ କାମ ଦାବି କରି 27 ଦିନରେ ପହଞ୍ଚିଛି ଶ୍ରମିକଙ୍କ ଆନ୍ଦୋଳନ ଓ ଧାରଣା ।
ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଧାରଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ସମର୍ଥନ କରିଥିଲେ । ଅନେକ ଭୂୟାଁ ଓ ଜୁଆଙ୍ଗ ସଂଙ୍ଗଠନର ସଭ୍ୟ ମଧ୍ୟ ସେଠାରେ ପହଞ୍ଚିଥିଲେ । ସେପଟେ ଏହାକୁ ବିରୋଧ କରି ଖଣିରେ କାମ କରିଆସୁଥିବା ଏକ ସଂଙ୍ଗଠନ ଓ ତାଙ୍କ ସମର୍ଥକମାନେ ଓଏମସି ଖଣି କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ଏହାକୁ ନେଇ ସମଗ୍ର ଖଣି ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା । ବିଧାୟକ କହିଛନ୍ତି ଯେ ଖଣି ଗାଇଡ୍ ଲାଇନ୍ ଅନୁସାରେ ଖଣି କାମରେ ୬୦ ଭାଗ ମେସିନ ଓ ୪୦ ଭାଗ କାମ ଶ୍ରମିକଙ୍କ ଦ୍ୱାରା ହେବାର ନିୟମ ଅଛି । ମାତ୍ର ସେଠାର କିଛି ଜିଲ୍ଲା ବାହରର ମୁଷ୍ଟିିମେୟ ବ୍ୟକ୍ତି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ନାଁରେ ଏକ ସଂସ୍ଥା କରିଥିବା କୁହାଯାଇଛି । ଓଏମସି କର୍ତ୍ତୃପକ୍ଷଙ୍କୁ ହାତବାରିସି କରି ସେମାନେ ଖଣି ପ୍ରଭାବିତି ଅଞ୍ଚଳର ଶହ ଶହ ଶ୍ରମିକଙ୍କ ଦାନା ମାରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଏବେ ଶ୍ରମିକ ଅଶାନ୍ତି ବଢ଼ିବାରେ ଲାଗିଛି ।ଏହା ସହ ଏହି ଆନ୍ଦୋଳନ କୁ ବହୁ ସଂଗଠନ ମନେ ସମର୍ଥନ ଜଣେଇଛନ୍ତି। ଆନ୍ଦୋଳନ ଯୋଗୁ ପରିବାର ପ୍ରତିପୋଷଣ କରିବା କଷ୍ଟ ହୋଇପଡିଥିବା ବେଳେ ଆଜି ଠୁ ମହିଳା ମାନେ ଏ ଆନ୍ଦୋଳନ ରେ ସାମିଲ ହୋଇଛନ୍ତି। କାମ ନ ମିଳିବା ପର୍ଯ୍ୟନ୍ତ ଏ ଆନ୍ଦୋଳନ କୁ ଜୋରଦାର କରିବେ ଚେତାବନୀ ଦେଇଛନ୍ତି।

You May Also Like

More From Author

+ There are no comments

Add yours