“ମୋ ବିଦ୍ୟାଳୟ ଉପକାରୀ ବଗିଚା”

ନବରଙ୍ଗପୁର: ଆଜି ତେନ୍ତୁଳିଖୁଣ୍ଟି ବ୍ଲକର ବିର୍ଜାଗୁଡା ଆବାସିକ ଛାତ୍ରୀ ଉଚ୍ଚବିଦ୍ୟାଳୟ ଠାରେ ମୋ ବିଦ୍ୟାଳୟ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ଡଃ ଅଜିତ୍ କୁମାର ମିଶ୍ର ଓ ଜୀବ ବିଜ୍ଞାନ ସଂସ୍ଥାନର ନିର୍ଦ୍ଦେଶକ ପଦ୍ମଶ୍ରୀ ଡଃ ଅଜୟ ପରିଡା ମିଳିତ ଭାବେ ମୋ ବିଦ୍ଯାଳୟ ଉପକାରୀ ବଗିଚ଼ାର ଆରମ୍ଭ କରିଛନ୍ତି। ଏଥିରେ ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି, ନନ୍ଦହାଣ୍ଡି ପାପଡାହାଣ୍ଡି, କଷାଗୁମୁଡା ବ୍ଲକ ୪୦ ଆବାସିକ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ପୋଷଣ ବୃଦ୍ଧି ନିମନ୍ତେ ଅମୃତଭଣ୍ଡା,ଶାଗ, ପିଆଜ,ଆଳୁ ଓ ବିଭିନ୍ନ ପନିପରିବା ଚାଷ ନିମନ୍ତେ ଉନ୍ନତ କିସମ ମଞ୍ଜି ସହ ବୈଷୟିକ ପରାମର୍ଶ ଦିଆଯିବ ବୋଲି ଜିଲ୍ଲାପାଳ ଡ଼ଃ ଅଜିତ୍ କୁମାର ମିଶ୍ର ପ୍ରକାଶ କରିଛନ୍ତି । ବିଦ୍ୟାର୍ଥୀ ମାନଙ୍କ ପୋଷଣ ଦୂର କରିବାରେ ଏହି କାର୍ଯ୍ୟକ୍ରମ ସଫଳ ହୋଇ ପାରିବ ବୋଲି ଜୀବ ବିଜ୍ଞାନ ସଂସ୍ଥାନର ନିର୍ଦ୍ଦେଶକ ଡ଼ଃ ଅଜୟ ପରିଡ଼ା ମତବ୍ୟକ୍ତ କରିଛନ୍ତି। ଆଜି ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଜିଲ୍ଲାପାଳ ଓ ଜୀବ ବିଜ୍ଞାନ ସଂସ୍ଥାନ ନିର୍ଦ୍ଦେଶକ ଆମ୍ବ ଚାରା ସହ ପନିପରିବା ମଞ୍ଜି ବୁଣି ଶୁଭାରମ୍ଭ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଡ଼ଃ ପ୍ରଦୋଷ କୁମାର ପଣ୍ଡା , ବୈଜ୍ଞାନିକ ଡଃ ରାଜୀବ କୁମାର ସ୍ବାଇଁ, ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ରଥ, ଶିକ୍ଷୟିତ୍ରୀ ନିବେଦିତା ସିଂ, ସୁନିତା ତ୍ରିପାଠୀ, ଜୀବ ବିଜ୍ଞାନ ସଂସ୍ଥା ର ଟେକ୍ନିକାଲ ଅଫିସର ଅମିତାଭ ରାଉତ ରାୟ, ବିଜ୍ଞାନ ଓ କାରିଗରୀ କୌଶଳ ପ୍ରକଳ୍ପ ର କ୍ରିୟାଉନ୍ନୟନ କମିଟି ସଭ୍ୟ ଲକ୍ଷ୍ମୀ ନାରାୟଣ ବକ୍ସିଙ୍କ ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

You May Also Like

More From Author

+ There are no comments

Add yours