Wed. Oct 14th, 2026

ଭୁବନେଶ୍ୱର: ରାଜ୍ୟରେ କିଛି ବସ୍ ଅଧିକ ଭଡା ଆଦାୟ କରୁଥିବା ନଜରକୁ ଆସିବା ପରେ ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ। ଯାତ୍ରୀମାନଙ୍କ ଠାରୁ ନିର୍ଦ୍ଧାରିତ ଦରଠାରୁ ଅଧିକ ଭଡା ଆଦାୟ କରିବା ପରମିଟ୍ ସର୍ତ୍ତର ଖୋଲାଖୋଲି ଉଲ୍ଲଂଘନ କରୁଛି।

ଗତ ଜୁଲାଇ ପହିଲାରେ ଯେଉଁ ବସ ଭଡା ରାଜ୍ୟ ସରକାର ସ୍ଥିର କରିଥିଲେ ତାହା ଅପରିବର୍ତ୍ତିତ ରହିଛି। ତେଣୁ ନିର୍ଦ୍ଧାରିତ ଭଡା ଆଦାୟ କରିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

କିଲୋମିଟର ପିଛା ଅର୍ଡିନାରୀ ପାଇଁ ୭୨, ଏକ୍ସପ୍ରେସ ପାଇଁ ୭୫ ପଇସା, ଡିଲକ୍ସ ପାଇଁ ୧୦୫ ଓ ଏସି ଡିଲକ୍ସ ପାଇଁ ୧୨୭ ପଇସା ଭଡ଼ା ଧାର୍ଯ୍ୟ କରାଯାଇଛି।

ସେପଟେ ପରମିଟ୍ ସର୍ତ୍ତାବଳୀ ଉଲ୍ଲଂଘନ ଅଭିଯୋଗରେ ଗତକାଲି ୮ଟି ବସକୁ ଜବତ କରାଯାଇଛି। 

Leave a Reply

Your email address will not be published. Required fields are marked *