ମୁମ୍ବାଇ: ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ପୋଲିସ୍ ଗିରଫ କରିଥିବା ସୂଚନା ମିଳିଛି। ଏ ନେଇ ଖବର ସରବରାହ ସଂସ୍ଥା ପିଟିଆଇ ସୂତ୍ରରୁ ପ୍ରକାଶ। ସୂଚନା ଅନୁସାରେ, ଜଣେ ୫୩ ବର୍ଷୀୟ ଇଣ୍ଟେରିଅର୍ ଡିଜାଇନରଙ୍କୁ ଆତ୍ମହତ୍ୟା ପାଇଁ ଉସ୍କାଇବା ମାମଲାରେ ପୋଲିସ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଛି।୨୦୧୮ରେ ଏହି ଆତ୍ମହତ୍ୟା ଘଟଣା ଘଟିଥିଲା।

ସୂଚନାଥାଉ କି, ଆଜି ସକାଳେ ମୁମ୍ବାଇ ପୋଲିସ୍ ଅର୍ଣ୍ଣବଙ୍କ ବାସଭବନ ଭିତରକୁ ଜୋର ଦବରଦସ୍ତ ପଶି ତାଙ୍କୁ ଉଠାଇ ନେଇଥିଲା।
ଅନ୍ୟପକ୍ଷରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ ନେଇ କଡ଼ା ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭ୍ଡେକର।
