ପ୍ରଥମାଷ୍ଟମୀ, ପରମ୍ପରା ଓ ପିଠା

ଆଜି ପ୍ରଥମାଷ୍ଟମୀ । ପ୍ରଥମାଷ୍ଟମୀ ଆସିଲେ ଘରେ ଘରେ ହଳଦୀ ପତ୍ରରେ ତିଆରି ଏଣ୍ଡୁରୀ ପିଠା ମହକରେ ଭରିଯାଏ । ଏହି ପିଠା ପାଇଁ ହଳଦୀପତ୍ରରେ ତିଆରି ହୋଇଥାଏ । ତେବେ ଆପଣ ଜାଣିଛନ୍ତି କି ଏହି ପତ୍ରର ବ୍ୟବହାରର କ’ଣ ରହିଛି ଏହାର ବିଶେଷତ୍ୱ ? ସାଧାରଣତଃ ହଳଦୀପତ୍ରରେ ସୁଗନ୍ଧ ଏବଂ ସୁସ୍ୱାଦୁତାର ଅଂଶ ରହିଛି । ହଳଦୀପତ୍ରରେ ଔଷଧୀୟ ଗୁଣ ଥିବାରୁ ଏହାକୁ ଏଣ୍ଡୁରି ପିଠା ସହିତ ଖିଆଯାଏ । ଶୀତ ପ୍ରାରମ୍ଭରେ ଏହି ପର୍ବ ପାଳନ କରାଯାଏ । ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ଶୀତ ଆରମ୍ଭରେ ଏହି ପାରମ୍ପାରିକ ପଦ୍ଧତି ମାଧ୍ୟମରେ ହଳଦୀ ପତ୍ରରେ ତିଆରି ଖାଦ୍ୟ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୃଢ ହେବାରେ ଲାଭଦାୟୀ । ଏହା ଛୋଟ ଏବଂ ବୟସ୍କ ଲୋକଙ୍କ ଶୀତମାସ ରେ ଥଣ୍ଡା ସଂକ୍ରମଣ ବିରୁଦ୍ଧରେ ଲଢିବାକୁ ସାହାଯ୍ୟ କରେ । ହଳଦୀ ପତ୍ରରେ ଥିବା ଆଂଟି-ଅକ୍ସାଇଡ ଗୁଣ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଜଗନ୍ନାଥ ସଂସ୍କୃତିରେ ପ୍ରଥମାଷ୍ଟମୀ ଓଡିଶାର ଏକ ପାରମ୍ପରିକ ପର୍ବ । ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ହୋଇଥାଏ । ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ ପ୍ରଥମାଷ୍ଟମୀ ବା ପଢୁଆଁଷ୍ଟମୀ । ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ହୋଇଥାଏ । ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ପୁଅ ହେଉ କି ଝିଅଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରାଯାଏ । ଖିରୀ ପୁରୀ, ପିଠା ପଣାରେ ଷଠୀଦେବୀଙ୍କ ସମର୍ପଣ କରାଯାଏ ଏବଂ ଜ୍ୟେଷ୍ଠ ସନ୍ତାନକୁ ଖାଇବାକୁ ଦିଆଯାଏ । ପରମ୍ପରା ଅନୁଯାୟୀ ଏହି ସେମାନେ ପିନ୍ଧୁଥିବା ନୂଆ ବସ୍ତ୍ର ମାମୁ ଘରୁ ଆସିଥାଏ । ମାମୁଁ ନୂଆଲୁଗା, ମିଠା ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି । ଶ୍ରୀମନ୍ଦିରରେ ଏହିଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ପୋଢୁଆଁ ହୁଅନ୍ତି । ନୂତନ ବସ୍ତ୍ର ପରିଧାନ କରିଥାଆନ୍ତି । ଶ୍ରୀଲିଙ୍ଗରାଜ ମଧ୍ୟ ଏହିଦିନ ପଢୁଆଁ ହେବାକୁ ମିତ୍ରେଶ୍ୱର ବରୁଣେଶ୍ୱର ମନ୍ଦିରକୁ ଯାଇଥାଆନ୍ତି ।

You May Also Like

More From Author

+ There are no comments

Add yours