କୁଆଡେ ଗଲା ଶ୍ରଦ୍ଧାଙ୍କ କଟା ମୁଣ୍ଡ?

ଦିଲ୍ଲୀ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା । ଶ୍ରଦ୍ଧାଙ୍କ କଟାମୁଣ୍ଡକୁ ଖୋଜୁଛି ପୋଲିସ । ବୟଫ୍ରେଣ୍ଡ ଅଫତାବ ଖଣ୍ଡ ଖଣ୍ଡ କରିଥିବା ଶରୀରର ଅନ୍ୟ ଅଂଶକୁ ପୋଲିସ ଉଦ୍ଧାର କରିଥିବା ବେଳେ କଟାମୁଣ୍ଡ ମିଳୁନଥିବା କହିଛି ପୋଲିସ । ଅଫତାବଙ୍କ ଘରେ ପୋଲିସ ଛାନଭିନ କରୁଥିବା ବେଳେ ଅଭିଯୁକ୍ତ ପ୍ରେମିକକୁ ପଚରାଉଚରା କରୁଥିବା ଜଣାପଡ଼ିଛି । ଅଫତାବ ବାରମ୍ବାର ବୟାନରେ ପରିବର୍ତ୍ତନ କରୁଥିବାରୁ ପୋଲିସକୁ ତଦନ୍ତରେ ଅସୁବିଧା ହେଉଥିବା ଜଣାପଡ଼ିଛି ।ଅଫତାବ ପୋଲିସକୁ କହିଛି ଯେ ଲିଭ-ଇନ୍ରେ ରହୁଥିବା ତାର ଗର୍ଲଫ୍ରେଣ୍ଡ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ସେ ତାଙ୍କ ଶରୀରକୁ ୩୫ ଖଣ୍ଡରେ କାଟିଥିଲା । ରକ୍ତ ସଫା କରିବା ପାଇଁ ଗୁଗୁଲର ସାହାଯ୍ୟ ନେଇଥିଲା । ଗୁଗୁଲରେ ମଧ୍ୟ ଜାଣିବାକୁ ଚାହୁଁଥିଲେ ଭିତରରୁ ମାନବ ଶରୀରର ଗଠନ କ’ଣ ? ଅଧିକାରୀମାନେ କହିଛନ୍ତି ଯେ ଅଫତାବ ଆଗକୁ ଅଧିକ ଆଶ୍ଚର୍ୟ୍ୟଜନକ ଖୁଲାସା କରିବ । ବିଭିନ୍ନ ଟିମ୍ ଗଠନ କରି ଦିଲ୍ଲୀର ବିଭିନ୍ନ ଅଞ୍ଚଳକୁ ପୋଲିସ ପଠାଇଛି । ଭିନ୍ନ ଭିନ୍ନ ସ୍ଥାନରୁ ଶ୍ରଦ୍ଧାଙ୍କ ଶରୀରର ଖଣ୍ଡ ମିଳିଥିବା ବେଳେ ଏପର୍ୟ୍ୟନ୍ତ ମୁଣ୍ଡ ମିଳିନଥିବା ପୋଲିସ କହିଛି ।ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଅନଲାଇନରୁ ଖାଦ୍ୟ ମଗାଉଥିଲେ ଏବଂ ଧୂପକାଠିର ଏକ ସେଟ୍ ରଖୁଥିଲା । ଯାହାଦ୍ବାରା ମୃତଦେହର ଦୁର୍ଗନ୍ଧ ନହେବ । ହତ୍ୟା ପରେ ଅଭିଯୁକ୍ତ ତା କୋଠରୀରୁ ମହରୋଲି ଜଙ୍ଗଲକୁ ରାତି୧୨ରୁ ୧ଟା ରାତି ମଧ୍ୟରେ ନେଇ ସେଠାରେ ଫିଙ୍ଗୁଥିଲା । କେବଳ ଏତିକି ନୁହେଁ, ଅଭିଯୁକ୍ତ ରହୁଥିବା କୋଠରୀର ଭଡା ମାସକୁ ୧୦ ହଜାର ଟଙ୍କା ଥିଲା । ଶ୍ରଦ୍ଧାଙ୍କ ହତ୍ୟା ହେବାର ୨୦-୨୫ ଦିନ ପରେ ଅଭିଯୁକ୍ତ ଅଫତାବ ଅନ୍ୟ ଏକ ଯୁବତୀକୁ ମଧ୍ୟ ଏକ ଡେଟିଂ ଆପ୍ ମାଧ୍ୟମରେ ଭେଟିଥିଲା ।ଅଫତାବ ଓ ଶ୍ରଦ୍ଧାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ଉଭୟ ଲିଭ ଇନ ରିଲେସନସିପରେ ରହୁଥିଲେ । ଶ୍ରଦ୍ଧାଙ୍କ ପରିବାର ଲୋକେ ଏହା ଜାଣିବା ପରେ ସମ୍ପର୍କକୁ ବିରୋଧ କରିବା ସହ ଅଫତାବଙ୍କ ଠାରୁ ଦୂରେଇ ରହିବା ପାଇଁ ବାଧ୍ୟ କରିଥିଲେ । ଫଳରେ ଦୁହେଁ ମୁମ୍ବାଇ ଛାଡି ଆସି ଦିଲ୍ଲୀର ମେହେରୁଲି ଅଞ୍ଚଳରେ ଘରଭଡା ନେଇ ରହୁଥିଲେ । ଗତ ମେ’ ମାସରେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଅଫତାବ ରାଗିଯାଇ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା । ଏହା ପରେ ଶରୀରରକୁ ଟିକ ଟିକ କରି ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପକାଇ ଦେଇଥିଲା । ଶେଷରେ ହତ୍ୟାକାଣ୍ଡର ୫ ମାସ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

You May Also Like

More From Author

+ There are no comments

Add yours