କମିବ ରେଳ ଦୁର୍ଘଟଣା; ନୂଆ ନିୟମ ଆଣିଲା ଭାରତୀୟ ରେଳ

ଦିନକୁ ଦିନ ଟ୍ରେନ ଦୁର୍ଘଟଣାର ନୂଆ ନୂଆ କଥା ସାମ୍ନାକୁ ଆସୁଛି । ତେବେ ରେଳ ଧାରଣା ଉପରେ ପଶୁମାନଙ୍କ ଯା ଆସ କରିବା ମଧ୍ୟ ଏହି ଦୁର୍ଘଟଣାର ଏକ ମୁଖ୍ୟ କାରଣ ପାଲଟୁଛି । କେତେବେଳେ ହାତୀ ପଶି ଆସୁଛି ତ ଆଉ କେତେବେଳେ ମଇଁଷି । ତେବେ ପଶୁମାନଙ୍କ ଦ୍ୱାରା ଘଟୁଥିବା ଏହି ଅଘଟଣକୁ ରୋକିବା ପାଇଁ କରାଯାଉଛି ବ୍ୟବସ୍ଥା । ରେଳ ମନ୍ତ୍ରଣାଳୟ ନେଇଛି ଏକ ବଡ଼ ନିଷ୍ପତି । ଏଣିକି ରେଳ ଧାରଣାର ଦୁଇ ପାଶ୍ୱର୍ରେ ଏକ ବିଶେଷ ସୁରକ୍ଷା ବ୍ୟବସ୍ଥା କରାଯିବ । ଏଥିରେ ଦୁଇ ପାଖରେ ବଡ଼ ବଡ଼ ପାଚେରୀ ତିଆରି କରାଯିବ । ଯାହାର ଡିଜାଇନ ପାଇଁ ମଧ୍ୟ ମଂଜୁରୀ ମିଳିସାରିଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ଏକ ପ୍ରେସ କନଫରେନ୍ସରେ ଏନେଇ ସୂଚନା ଦେଇଛନ୍ତି । ଏହି ବ୍ୟବସ୍ଥା ଯଦି ସଫଳ ରୂପେ କାର୍ଯ୍ୟକାରୀ ହୁଏ, ତେବେ ଆଗକୁ ଏହି ପ୍ରୟାସକୁ ଆଗକୁ ବଢାଯିବ । ତେବେ ଏହି ନିଷ୍ପତି ବନ୍ଦେ ଭାରତ ଏକ୍ସପ୍ରେସ ଦ୍ୱାରା ବାରମ୍ବାର ଦୁର୍ଘଟଣା ହେବା ପରଠାରୁ ନିଆଯାଇଛି । ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣା କଥା ସାମ୍ନାକୁ ଆସିଥିଲା । ରେଲୱେ ପଟରୀରେ ପଶୁ ଆସିଯିବାରୁ ଟ୍ରେନରେ ଧକ୍କା ହୋଇଥିଲା । ରେଳ ମନ୍ତ୍ରୀଙ୍କ କହିବା ଅନୁସାରେ ପାଚେରୀ ଯୋଜନାର ଡିଜାଇନ ଆଗାମୀ ୫ ବର୍ଷ ପାଇଁ ତିଆରି କରାଯିବ । ଯେଉଁଠି ଟ୍ରେନର ଘଂଟା ପ୍ରତି ବେଗ ୧୦୦ କିମିରୁ ଉଦ୍ଧ୍ୱର୍ ରହିଥାଏ । ଯାହା ଫଳରେ ଟ୍ରାକ ଉପରେ ପଶୁମାନେ ଅଚାନକ ଆସିଗଲେ କିମ୍ବା ଲୋକମାନେ ଆସିଗଲେ ସେଥିରେ ନିୟନ୍ତ୍ରଣ ଲଗାଇହେବ । ସେପଟେ କେନ୍ଦ୍ର ସରକାର ସୁପର ଭାଇଜରମାନଙ୍କ ହିତ ପାଇଁ ଏକ ବଡ଼ ନିଷ୍ପତି ସାବ୍ୟସ୍ତ ହେବ । କାରଣ ଏହି ବ୍ୟବସ୍ଥା ଦ୍ୱାରା ସେମାନଙ୍କ ପଦୋନ୍ନତିରେ ବିଶେଷ ଲାଭଦାୟକ ହେବ । ଏଥିରେ ପାଖାପାଖି ୮୦ ହଜାର କର୍ମଚାରୀ ଲାଭବାନ ହେବେ । ରେଳ ବିଭାଗର ଏହି ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସହମତି ପ୍ରଦାନ କରିଛନ୍ତି । ତେବେ ଏହି ମାସରୁ ହିଁ କର୍ମଚାରୀମାନଙ୍କୁ ଏଥିରେ ଫାଇଦା ହେବ । ରେଳ ବିଭାଗର ବ୍ୟାରିକେଟ ନିର୍ମାଣ ନିଷ୍ପତିରେ ସରକାରୀ କୋଷ ଉପରେ ବିଶେଷ ପ୍ରଭାବ ପଡିବନାହିଁ । ଏହାରି ସହ ପଶୁମାନଙ୍କ ଦ୍ୱାରା ହେଉଥିବା ଟ୍ରେନ ଆକ୍ସିଡେଂଟ ଉପରେ ରୋକ ଲଗାଇବାର ପ୍ରୟାସ କରିଛି ଭାରତୀୟ ରେଳ ବିଭାଗ ।

You May Also Like

More From Author

+ There are no comments

Add yours