ପ୍ଲେ ବଏ’ର କିଲର କାହାଣୀ….

ଚର୍ଚ୍ଚାରେ ଦିଲ୍ଲୀର ସାଇକୋ ବୟଫ୍ରେଣ୍ଡର ବିଭତ୍ସ ହତ୍ୟାକାଣ୍ଡ । ଗାର୍ଲଫ୍ରେଣ୍ଡକୁ ୩୫ଖଣ୍ଡ କରିବା ଘଟଣାରେ ଆସୁଛି ନୂଆ ନୂଆ ତଥ୍ୟ । ମର୍ଡର ମିଷ୍ଟ୍ରିର ଗୋଟିଏ ପରେ ଗୋଟିଏ ଖୋଲୁଛି ଗୁମର । ଜହ୍ଲାଦ ପ୍ରେମିକର କଳାକାରନାମା ଉପରୁ ହଟୁଛି ପରଦା । ପ୍ରେମିକା ଶ୍ରଦ୍ଧାଙ୍କ ମୁଣ୍ଡକୁ ଜାଳିବା ପରେ ଜଙ୍ଗଲରେ ଫୋପାଡିଥିଲା ସାଇକୋ ବୟଫ୍ରେଣ୍ଡ । କେହି ଯେମିତି ଏହାର ସୁରାଗ ନ ପାଇବେ ସେନେଇ ପ୍ରପର ପ୍ଲାନିଂ କରିଥିଲା ଅଭିଯୁକ୍ତ । ହେଲେ ପୋଲିସ ଠାବ କରିଛି ରକ୍ତ କପଡା ଯାଇଥିବା କ୍ୟାବ । ପ୍ରେମିକା ଶ୍ରଦ୍ଧାକୁ ହତ୍ୟା କରିବା ପରେ କ୍ୟାବ ଭଡାରେ ନେଇ ରକ୍ତ କପଡାକୁ ବେଶ ଚାଲକର ସହ ଲୁଚାଇଥିଲା ଅଭିଯୁକ୍ତ ପ୍ରେମିକ । ଏପରିକି ହତ୍ୟା ପୂର୍ବରୁ ବାଥରୁମକୁ ସଜାଡିଥିଲା ଅଫତାବ । ସାଇତି ରଖିଥିଲା ଭ୍ୟାକୁମ କ୍ଳିନର । ହତ୍ୟା କରିବା ପରେ ଭ୍ୟାକୁମ କ୍ଲିନରେ ରକ୍ତ ଧୋଇଥିଲା ଧୋକେବାଜ । ଯାହାକୁ ଜବତ କରିଛି ପୋଲିସ । କେବଳ ସେତିକି ନୁହେଁ ଡର୍ଟି ଗେମ ଖେଳିଥିଲା ପ୍ଲେ ବୟ ଅଫତାବ । ସାଇକୋ ବୟଫ୍ରେଣ୍ଡ ଅଫତାବର ଥିଲେ ୨୦ ଗାର୍ଲଫ୍ରେଣ୍ଡ । ଡେଟିଂ ଆପ ଜରିଆରେ ୨୦ଜଣ ବାନ୍ଧବୀ ରଖିଥିଲା ଅଭିଯୁକ୍ତ । ଫ୍ରିଜରେ ପୁରାଣା ପ୍ରେମିକା ଶ୍ରଦ୍ଧାର ମୃତଦେହ ଥିବା ବେଳେ ରୁମକୁ ଆଣୁଥିଲା ନୂଆ ନୂଆ ପ୍ରେମିକା । ଏପରିକି ଅଧିକାଂଶଙ୍କ ସହ ଶାରୀରିକ ସଂମ୍ପର୍କ ରଖିଥିଲା ହତ୍ୟାକାରୀ ପ୍ରମିକ । ପୋଲିସର ଜେରା ବେଳେ ଏଭଳି କିଛି ତଥ୍ୟ ଦେଇଛି ଅଭିଯୁକ୍ତ । କେବଳ ଏତିକି ନୁହେଁ ଲିଭ-ଇନରେ ରହୁଥିବା ଗାର୍ଲଫ୍ରେଣ୍ଡକୁ ୩୫ଖଣ୍ଡ କରିବା ପରେ ପ୍ରମାଣ ଲୁଚାଇବାକୁ ସବୁ ପ୍ରକାର ଉଦ୍ୟମ କରିଥିଲା ଅଫତାବ । ନିଜ ପୁରଣା ଫୋନକୁ ଓଏଲଏକ୍ସରେ ବିକ୍ରି କରିଦେଇଥିଲା ସୈତାନ । କିଛିଦିନ ମଧ୍ୟରେ ଅଫତାବ ଏକାଧିକ ସିମ ବ୍ୟବହାର କରିବା ପରେ ତାକୁ ନଷ୍ଟ କରିଦେଇଥିଲା । ଯେଉଁଥିରେ ସେ ଏକାଧିକ ଯୁବତୀଙ୍କ ସହ ସମ୍ପର୍କରେ ଥିଲା । ଯାହାର ତାଲିକା ଏବେ ପୋଲିସ ହାତରେ ଲାଗିଛି । ଏସବୁ ପ୍ରମାଣକୁ ନେଇ ବର୍ତମାନ ତଦନ୍ତକୁ ଆହୁରି ଜୋରଦାର କରୁଛି ପୋଲିସ । ତେବେ କଟାମୁଣ୍ଡ, ରକ୍ତ ଭିଜା କପଡା ସହ ମାରଣାସ୍ତ୍ର ମିଳିନଥିବାରୁ ପୋଲିସ ପାଇଁ ସୃଷ୍ଟି ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଅନ୍ୟପଟେ ହତ୍ୟାକାଣ୍ଡ ଘଟଣାର ଆଉ ଏକ ଖୁଲାସା କରାଯାଇଛି । ଅଫତାବକୁ ମାତାଲ କରାଇ ସତ ଓଗାଳିଛି ପୋଲିସ । ପ୍ରଥମେ ଶ୍ରଦ୍ଧା ବାପାଙ୍କ ଏତଲା ଆଧାରରେ ଅଫତାବକୁ ପଚାରାଉଚରା କରିଥିଲା ଦିଲ୍ଲୀ ପୋଲିସ । ଶ୍ରଦ୍ଧା ଝଗଡା କରି କୁଆଡେ ପଳେଇଛି ଏବଂ ସେ ଜାଣିନଥିବା ବୋଲି କହି ବାଁଏ ବାଁଏ ଉଡାଇଦେଇଥିଲା ଅଭିଯୁକ୍ତ । କିଛି ଦିନ ପରେ ପୋଲିସ ପୁଣି ଅଫତାବକୁ ଡାକିଥିଲା । କିନ୍ତୁ ପୂର୍ବ ଉତର ସହ ତାଳ ମେଳ ରହିନଥିଲା । ପୋଲିସ ଆଗରେ ମୁହଁ ଖୋଲୁନଥିଲା ଜହ୍ଲାଦ । ହତ୍ୟାକୁ ନେଇ ଅନେକ କିଛି ତଥ୍ୟ ଲୁଚାଉ ଥିଲା । ପରେ ସନ୍ଦେହ ଅଧିକ ବଢିବାରୁ ନୂଆ ତାରିକା ଆପଣେଇଥିଲା ପୋଲିସ । ଏନେଇ ଅଭିଯୁକ୍ତକୁ ଏକ ବାରରେ ମଦ ପିଆଇ ମାତାଲ କରି ସତ ଓଗାଳିଥିଲା ପୋଲିସ ।

You May Also Like

More From Author

+ There are no comments

Add yours