ଫଶିଗଲା ଗୁଗଲ!


ସାବାଡ ହେବ ଗୁଗଲ । ଗଣିବାକୁ ପଡିବ ତଣ୍ଡ । ଗୁଗଲର ମନମାନି ନୀତି ଏବେ ବନ୍ଦ ହେବ । ମିଚିଗାନ୍ ଆଟର୍ଣ୍ଣି ଜେନେରାଲ ଡାନା ନେସେଲ୍ ଏନେଇ ଘୋଷଣା କରିଛନ୍ତି । ଲୋକେସନ ଇସ୍ୟୁ କୁ ନେଇ କରାଯାଇଛି ଏହି ଅଭିଯୋଗ । ଏହି ଘଟଣାରେ ଦୁଇ ଜଣ ବ୍ୟକ୍ତି କହିଛନ୍ତି ଯେ, ବିଜ୍ଞାପନ ତଥା ସର୍ଚ୍ଚରେ ବେଆଇନ ଭାବେ ଟ୍ରାକ ହୋଇଥିବା ବ୍ୟବହାରକାରୀଙ୍କ ଲୋକେସନ ଉପରେ ଅଭିଯୋଗ କରାଯାଇଛି । ଯାହାକୁ ନେଇ ଆଲଫାବେଟର ଗୁଗଲ ୟୁଜର୍ସମାନଙ୍କୁ ଭୁଲ ଲୋକେସନ ବିଷୟରେ କହୁଛି । ଖାଲି ଏତିକି ନୁହେଁ, ବିନା ଅନୁମତିରେ ତଥା ଲୋକେସନ ଅଫ ଥିଲେ ମଧ୍ୟ ଲୋକେସନ ଦେଖାଉଛି! ଗୁଗଲ । ଯେଉଁଥି ପାଇଁ କମ୍ପାନିକୁ ୪୦୦ ଆମେରିକୀୟ ଡଲାରର ଜରିମାନା ଦେବାକୁ ହେବ । କିଛି ମାସ କଥା କହିଲେ ଗୁଗଲର ଟ୍ରାକିଂ ପ୍ରାକ୍ଟିସରେ ବହୁ ସମସ୍ୟା ଉପୁଜିଛି । ଯାହାକୁ ଧ୍ୟାନ ଦେଲେ କମ୍ପାନିର ଲୋକେସନ ସମସ୍ୟାକୁ ନେଇ ଅନେକ ଅଭିଯୋଗ ହୋଇଛି । ଏଥିରେ ଅରିଜୋନା ପରି ଦେଶ ମଧ୍ୟ ସାମିଲ ଅଛି । ଏଥିରେ ଗୁଗୁଲକୁ ଅକ୍ଟୋବର ୨୦୨୨ରେ ୮୫ମିଲିଅନ ଡଲାରର ଫାଇନ ଲଗେଇଛି ଅରିଜୋନା । ଖାଲି ସେତିକି ନୁହେଁ । ଟେକ୍ସାସ, ଇଣ୍ଡିଆନା, ୱାସିଙ୍ଗଟନ ଷ୍ଟେଟ, କଲମ୍ବିଆ ପରି ଦେଶ ଗୁଡିକର ମଧ୍ୟ ଏହି ସମାନ ଅଭିଯୋଗ । ସେମାନେ ଅଭିଯୋଗରେ କହିଛନ୍ତି ଯେ, ଗୁଗଲ ୟୁର୍ଜସଙ୍କୁ ଭୁଲ ଲୋକେସନ ଦେଇ ବିଭ୍ରାନ୍ତ ସୃଷ୍ଟି କରୁଛି । ବ୍ୟବହାରକାରୀଙ୍କୁ ପ୍ରାଇଭେସି ପଲିସି ଉପରେ ମଧ୍ୟ ଗୁଗଲ ପ୍ରଭାବ ପକାଉଛି । ବର୍ଷ ଆରମ୍ଭରୁ ଅନଲାଇନ ବିଜ୍ଞାପନ ପାଇଁ କମ୍ପାନି ୧୧୧ ବିଲିୟନ ଡଲାର କମେଇଥିଲା । ଡିଜିଟାଲ କ୍ଲଟର ମାଧ୍ୟମରେ ବିଜ୍ଞାପନକୁ ଅଧିକ ପ୍ରାସଙ୍ଗିକ କରିବା ତଥା ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବିଜ୍ଞାପନଦାତାଙ୍କ ଠିକଣା ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । କିନ୍ତୁ ଯଦି ଏହି ଲୋକେସନରେ ହିଁ ବିଭ୍ରାନ୍ତ ସୃଷ୍ଟି ହୁଏ, ତେବେ ଗ୍ରାହକ ଓ ବିକ୍ରେତାଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବ କେମିତି? ଏହା ସହ ଗୁଗଲ ବ୍ୟବହାରକାରୀମାନେ ବିଭିନ୍ନ ଆପ୍ ମାଧ୍ୟମରେ କରୁଥିବା ବ୍ରାଉଜର ତଥା ସର୍ଚ୍ଚ ଦ୍ୱାରା ହିଁ ପଇସା କମେଇଥାଏ ଗୁଗଲ । ତେବେ ମିଳିଥିବା ସୂଚନା ଅନୁସାରେ ୨୦୧୪ ମସିହାରୁ ଗୁଗଲ ୟୁଜର୍ସଙ୍କୁ ସେମାନଙ୍କ ଲୋକେସନ ଟ୍ରାକିଂ ଅଭ୍ୟାସ ବିଷୟରେବିଭ୍ରାନ୍ତ କରି ଉପଭୋକ୍ତା ସୁରକ୍ଷା ଆଇନକୁ ଉଲଂଘନ କରିଛି ।

You May Also Like

More From Author

+ There are no comments

Add yours