Wed. Oct 14th, 2026

ରାୟଗଡ଼ା ଜିଲ୍ଲାରେ ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସମ୍ପର୍କିତ ସର୍ଭେ ନିମନ୍ତେ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ରାଜ୍ୟ ସରକାରଙ୍କ ପର୍ଯ୍ୟବେକ୍ଷକ ବୀରେନ୍ଦ୍ର କରକl ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ଏହି ସର୍ବେ କାର୍ଯ୍ୟ ଅନୁଷ୍ଠିତ ହେଉଛି ।  ରାୟଗଡ଼ା ବ୍ଲକର,  ପୌର ପାଳିକା, କୋଲନରା ବ୍ଲକ, ରାମନାଗୁଡ଼ା ବ୍ଲକ, ଗୁଣପୁର ପୌରପାଳିକା ସର୍ବେ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି l ପର୍ଯ୍ୟବେକ୍ଷକ ସହିତ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ବିଡିଓ ଲକ୍ଷ୍ମୀନାରାୟଣ ସାବତ,ପୌର ନିର୍ବାହୀ ଅଧିକାରୀ ୟାଶୀର ବିଲାଲ ଅହମଦ, କୋଳାନାରା ବିଡ଼ିଓ ଗୌରଚନ୍ଦ୍ର ପଟ୍ଟନାୟକ, ରାୟଗଡ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ଆଦି ସର୍ବେ କାର୍ଯ୍ୟ ଅନୁଧ୍ୟାନ କରିଥିଲେ l ରାଜ୍ୟ ସରକାରଙ୍କ ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିରେନ୍ଦ୍ର କରକରା ବୁଧବାର ଦିନ ରାୟଗଡ଼ା ସଦର ମହକୁମାରେ ପହଞ୍ଚି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ  ବେହେରା ଓ ଅନ୍ୟ କର୍ମଚାରୀଙ୍କ ସହ ସର୍ଭେ ସମ୍ପର୍କିତ କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ ।

ଏହା  ପରେ କୋଲନରା, ରାମନାଗୁଡ଼ା, ରାୟଗଡ଼ା  ଓ ଗୁଣୁପୁର  ବ୍ଲକ୍ ଓ ପୌର ପରିଷଦ ସର୍ଭେ ସମ୍ପର୍କିତ କାର୍ଯ୍ୟ  ବିଷୟରେ ତଦାରଖ କରିଥିଲେ । ଜିଲ୍ଲାରେ ଚଳିତ ମେ ଏକ ତାରିଖ ରୁ ଆରମ୍ଭ ହୋଇଥିବା ଗଣନା ଆସନ୍ତା ୨୭ ତାରିଖ ଦିନ ଶେଷ ହେବ । ପ୍ରତି ପରିବାରର ସମସ୍ତ ତଥ୍ୟ ନିର୍ଭୁଲ ଭାବେ ସଂଗ୍ରହ କରିବା ସହ ଯୋଗ୍ୟ ପରିବାର କିପରି ତାଲିକା ଭୁକ୍ତ ହୋଇ ପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ  । ଗଣନା ଆରମ୍ଭ ହୋଇଥିବା ଓ ପ୍ରତି ପରିବାର ସେମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ପାଇଁ ଆବଶ୍ୟକ ସ୍ଥଳେ ସମ୍ପୃକ୍ତ କେନ୍ଦ୍ର ଅଧୀନରେ ଥିବା ଅଞ୍ଚଳରେ ସୋସିଏଲ ମିଡ଼ିଆ ମାଧ୍ୟମରେ ଅବଗତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।

ଆଜିର  ଏହି ଗସ୍ତ ସମୟରେ ରାୟଗଡ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ  ବେହେରା, ଗୁଣପୁର ଉପ ଜିଲ୍ଲାପାଳ  ଲଳିତ କୁମାର କହଁର, ଗୁଣପୁର ତହସିଲଦାର  ଶରତ ଚନ୍ଦ୍ର ନାୟକ  ଗୁଣପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ଡାକ୍ତର ସ୍ୱୟଂ ସମ୍ପୂର୍ଣ୍ଣା ରାଉତ, ରାୟଗଡ ଉପଖଣ୍ଡ ସାମାଜିକ କଲ୍ୟାଣ ଅଧିକାରୀ ଶ୍ରୀ  ପାଣିଗ୍ରାହୀ, ଗୁଣପୁର ଉପଖଣ୍ଡ ସାମାଜିକ କଲ୍ୟାଣ ଅଧିକାରୀ  ଏସ ସନ୍ତୋଷ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *