Wed. Oct 14th, 2026
Supporters of Pakistan's former prime minister Imran Khan, carry placards displaying a portrait of Khan during a protest in Karachi on March 19, 2023, demanding release of arrested party workers in recent police clashes. (Photo by Rizwan TABASSUM / AFP) (Photo by RIZWAN TABASSUM/AFP via Getty Images)

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଗିରଫ ଏବେ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦୁର୍ନୀତି ଅଭିଯୋଗରେ ତାଙ୍କୁ ଗିରଫ କରିଛି ପାକିସ୍ତାନ ରେଂଜର୍ସ । ଯାହାକୁ ନେଇ ଇମ୍ରାନଙ୍କ ଜୀବନ ପ୍ରତି ବିପଦ ଥିବା ଶୁଣିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ମୁକ୍ତ ହେବା ପର୍ୟ୍ୟନ୍ତ ଦେଶବ୍ୟାପୀ ପ୍ରତିବାଦ ଚାଲିବ ବୋଲି ପୁଣିଥରେ କହି ଆଜି ସକାଳ ୮ଟା ବେଳେ ଇସ୍ଲାମାବାଦର ‘ଜୁଡିସିଆଲ୍ କମ୍ପ୍ଲେକ୍ସ୍’ରେ ସମବେତ ହେବା ଲାଗି ‘ପାକିସ୍ତାନ ତେହ୍ରୀକ୍-ଏ-ଇନ୍ସାଫ୍’ ତା’ର କର୍ମୀ ଓ ସମର୍ଥକମାନଙ୍କୁ କହିଛି।ଟୁଇଟ୍ କରି ଇମ୍ରାନ୍ ଖାଁଙ୍କ ଦଳ ‘ପାକିସ୍ତାନ ତେହ୍ରୀକ୍-ଏ-ଇନ୍ସାଫ୍’ କହିଛି, ଦଳ ନେତୃତ୍ବରୁ ଗୁରୁତ୍ବପୂର୍ଣ୍ଣ ନିର୍ଦେଶାବଳି: ସକାଳ ୮ଟା ବେଳେ ଇସ୍ଲାମାବାଦ୍ ‘ଜୁଡିସିଆଲ୍ କମ୍ପ୍ଲେକ୍ସ୍’ରେ ‘ପାକିସ୍ତାନ ତେହ୍ରୀକ୍-ଏ-ଇନ୍ସାଫ୍’ର ବରିଷ୍ଠ ନେତା ଓ କର୍ମୀମାନେ ପହଞ୍ଚିବେ। ଇମ୍ରାନ୍ ଖାଁ ମୁକ୍ତ ହେବା ପର୍ୟ୍ୟନ୍ତ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଚାଲିଥିବା ଧାରଣା ଓ ପ୍ରତିବାଦ ଜାରି ରହିବ।ସେପଟେ, ଆଜି ‘ପାକିସ୍ତାନ ତେହ୍ରୀକ୍-ଏ-ଇନ୍ସାଫ୍’ର ବରିଷ୍ଠ ଉପାଧ୍ୟକ୍ଷ ଫୱାଦ ଚୌଧୁରୀ କହିଛନ୍ତି, ଦଳର ଅଧ୍ୟକ୍ଷ ଇମ୍ରାନ୍ ଖାଁଙ୍କ ଗିରଫଦାରିକୁ କାଏମ୍ ରଖିଥିବା ଇସ୍ଲାମାବାଦ ହାଇକୋର୍ଟଙ୍କ ରାୟକୁ ଆଜି ପାକିସ୍ତାନ ସୁପ୍ରିମ୍ କୋର୍ଟରେ ଚାଲେଞ୍ଜ୍ କରାଯିବ। ହାଇକୋର୍ଟଙ୍କ ରାୟକୁ ସେ ‘ବିଚିତ୍ର’ ବୋଲି କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି, ଇସ୍ଲାମାବାଦ ହାଇକୋର୍ଟ ପରିସରରୁ ଗତକାଲି ଇମ୍ରାନ୍ ଖାଁଙ୍କୁ ଗିରଫ କରାଯାଇଛି। ଏଯାବତ୍ ଓକିଲ କିଂବା ନେତାମାନଙ୍କୁ ତାଙ୍କ ସହିତ ଭେଟ କରାଇ ଦିଆଯାଉନାହିଁ।ତାଙ୍କ ସ୍ବାସ୍ଥ୍ୟ ବିଷୟରେ ପରସ୍ପର ବିରୋଧୀ ଖବର ଆସୁଛି। ତାଙ୍କୁ ଅଦାଲତରେ ହାଜର କରାଯିବା ପରିବର୍ତ୍ତେ ସରକାରୀ କର୍ତ୍ତୃପକ୍ଷମାନେ ଗୋଟାଏ ପୁଲିସ ଗେଷ୍ଟ୍ ହାଉସ୍କୁ ଅସ୍ଥାୟୀ ଅଦାଲତ ବୋଲି ଘୋଷଣା କରି ସେଠାକୁ ଆସିବା ଲାଗି ଜଣେ ବିଚାରପତିଙ୍କୁ ନିର୍ଦେଶ ଦେଇଛନ୍ତି। ଇମ୍ରାନ୍ଙ୍କ ବର୍ଦ୍ଧିଷ୍ଣୁ ଲୋକପ୍ରିୟତା ପ୍ରତି ସରକାରୀ କର୍ତ୍ତୃପକ୍ଷମାନେ ଭୟଭୀତ ହୋଇଯାଇଛନ୍ତି।ସୂଚନାଯୋଗ୍ୟ, ପାକିସ୍ତାନର ଦୁର୍ନୀତି ନିରୋଧୀ ଏଜେନ୍ସି ଇମ୍ରାନ୍ ଖାଁଙ୍କୁ ୪/୫ ଦିନ ହାଜତରେ ରଖିବାକୁ ଉଦ୍ୟମ କରୁଛନ୍ତି। ଆଜି ତାଙ୍କୁ ‘ଆକାଉଣ୍ଟାବିଲିଟି କୋର୍ଟ’ରେ ହାଜର କରାଯିବ।

Leave a Reply

Your email address will not be published. Required fields are marked *