Wed. Oct 14th, 2026

ବାକି ରହିଲା ଆଉ ଦିନ କେଇଟା। ତା ପରେ ରଥରେ ବିରାଜିବେ ଚତୁର୍ଦ୍ଧାମୂର୍ତ୍ତି। ଲୋକେ ଦେଖିବେ ଜଗତର ବଡ଼ ଠାକୁର। ସେଥିପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି। ରଥ ଖଳାରେ ବିଶ୍ୱକର୍ମା ତାଙ୍କ ହାତର ଜାଦୁ ଆରମ୍ଭ କରିସାରିଛନ୍ତି। 

କିଏ ହାତରେ କୁରାଢି ଧରିଛି ତ ଆଉ କିଏ କରତରେ ନିଜ ପ୍ରତିଭାର ରୂପ ଦେଉଛି। 

ରଥ କାର୍ଯ୍ୟରେ ସଭିଏଁ ବିଭୋର। ଜଗନ୍ନାଥଙ ସ୍ମରଣ କରି କାରିଗରମାନେ ନିଜ ନିଜ କାମରେ ଲାଗିପଡିଛନ୍ତି।

ତିନିରଥର ପର୍ଶ୍ଵଦେବତାଙ୍କ ପାଇଁ ୯/୯ ଗୋଟି ଆସ୍ଥାନ ପ୍ରେମ ବା ଜଳଯନ୍ତ୍ର ନିର୍ମାଣ ଶେଷ ହୋଇଛି। ଏଥି ସହ ଆଜି ତିନିରଥର ମହାରଣାମାନେ ତିନିରଥର ଦୁଇଟି ଲେଖାଁଏ ଯନ୍ତା ପଟାରେ ତିନିଟି ଲେଖାଁଏ ବିନ୍ଧ କାର୍ଯ୍ୟ ସହ ୪/୪ ଗୋଟି କିଳା ନିର୍ମାଣ ଶେଷ କରିଛନ୍ତି।

ଏହି ଯନ୍ତା ପଟା ସାହାଯ୍ୟରେ ଚକ ନିର୍ମାଣ ପାଇଁ ଅରରେ ପଇ ପିନ୍ଧା କାର୍ଯ୍ୟ ହୋଇଥାଏ। ଏଥିସହ ତିନିରଥର ମହାରଣା ମାନେ ୫/୫ ଟି ଚକ ପାଇଁ ଆବଶ୍ୟାକ ଅର ଗୁଡିକର ମୁଖ ସାଲ କାର୍ଯ୍ୟ ଶେଷ କରିଛନ୍ତି ।

ତିନି ରଥର ରୂପକାର ସେବକମାନେ ତାଳଧ୍ୱଜ ରଥର ୨ ଗୁଜ, ନନ୍ଦିଘୋଷ ରଥର ୨ ଗୋଟି ଗୁଜ ଏବଂ ଦେବଦଳନ ରଥର ୩ ଗୋଟି ଗୁଜରେ ନୃସିଂହ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦୀରେ ଅସ୍ଥାୟୀ କମାର ଶାଳରେ ତିନିରଥର ୪୨ ତୁମ୍ବ ପାଇଁ ଆବଶ୍ୟକୀୟ ବଳା ତଥା ପନ୍ଦାରି ନିର୍ମାଣ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *