ନିଜ ଖର୍ଚ୍ଚରେ ହନୁମାନ ମନ୍ଦିର ନିର୍ମାଣ କରି ଉଦାହରଣ ସାଜିଲେ ଯୁବକ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡ଼ିପାଣି ପଞ୍ଚାୟତ ଅଧିନ ଫଲସାପଡା ଗ୍ରାମର ଲକ୍ଷ୍ମୀକାନ୍ତ ବାରିକ ନାମକ ଜଣେ ଯୁବକ ନିଜ ଖର୍ଚ୍ଚରେ ହନୁମାନ ମନ୍ଦିର ତୋଳି ଅଞ୍ଚଳରେ ଈଶ୍ୱର ଭକ୍ତିର ଏକ ଶ୍ରେଷ୍ଠ ପରାକାଷ୍ଠା ଦେଖାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ସେ ସମସ୍ତଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି l ଏଥି ପ୍ରତି ତାଙ୍କୁ ଯଦି ପ୍ରଶାସନିକ ସ୍ତରରେ ସହାୟତା ମିଳେ ତାହେଲେ ସେ ଆହୁରି ଭଲ ମନ୍ଦିର ନିର୍ମାଣ କରି ପ୍ରଭୁ ହନୁମାନଙ୍କ ପୂଜା ଆରାଧନା କରି ପାରିବେ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି lଲକ୍ଷ୍ମୀକାନ୍ତଙ୍କ କହିବା ଅନୁସାରେ ତାଙ୍କ ପରିବାର ମଧ୍ୟରେ ରୋଗ ବ୍ୟାଧି ବଢ଼ିବା ସହ ସବୁବେଳେ ସେମାନେ ଦୁଃଖରେ ଦିନ କାଟୁଥିଲେ l ଦିନେ ହଠାତ୍ ତାଙ୍କ ପୁଅ ଚିତ୍ତରଞ୍ଜନର ଦେହ ଖରାପ ହୋଇପଡ଼ିଥିଲା l ଲକ୍ଷ୍ମୀକାନ୍ତ ପୁଅର ଚିକିତ୍ସା ପାଇଁ ଡାକ୍ତର ଖାନା ନେଇ ଚିକିତ୍ସା କରାଇ ଥିଲେ ମଧ୍ୟ ସେ ଭଲ ହୋଇ ନଥିଲା l ଏହା ପରେ ମନ୍ଦିରକୁ ନେବାରୁ ତାଙ୍କ ପୁଅ ଦେହରେ ହନୁମାନ କାଲିସ ଆଶୁଥିବା କହିଲେ l ସେମାନେ ପ୍ରଭୁ ହନୁମାନଙ୍କ ଉପାସନା କରିବା ରୁ ତାଙ୍କ ପୁଅ ସୁସ୍ଥ ହୋଇଥିଲା। ଲକ୍ଷ୍ମୀକାନ୍ତ ପ୍ରଭୁ ହନୁମାନଙ୍କ ମନ୍ଦିର ତିଆରି କରିବା ପାଇଁ ମନସ୍ତ କରିଥିଲେ। ଆଉ ନିଜ ଖର୍ଚ୍ଚରେ ତିଆରି କରିଥିଲେ ମନ୍ଦିର। ପ୍ରତି ମଙ୍ଗଳବାର ସେ ପୂଜା ପାଠ କରିଥାନ୍ତି l ଏଠାକୁ ପାଖ ଗ୍ରାମ ର ଭକ୍ତ ମାନେ ନିଜର ଦୁଃଖ ସୁଖ ଏବଂ ରୋଗ ବ୍ୟାଧିରୁ ଆରୋଗ୍ୟ ହେବା ପାଇଁ ମାନସିକ କରୁଥିବାର ଦେଖିବା କୁ ମିଳିଛି l ଏ ସମ୍ପର୍କରେ ରତ୍ନା ଖମାରୀ ନାମକ ଜଣେ ଶ୍ରଦ୍ଧାଳୁଙ୍କୁ ପଚାରିବାରୁ ସେ କହିଥିଲେ ଯେ, ତାଙ୍କ ମା’ଙ୍କ ଦେହ ବାରମ୍ବାର ଅସୁସ୍ଥ ହେଉଥିଲା। ହନୁମାନଙ୍କ ମାନସିକ କରିବା ପରେ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ବୋଲି ସେ ପ୍ରକାଶ କରିଥିଲେ l ଲକ୍ଷ୍ମୀକାନ୍ତ ଜଣେ ଗରୀବ ଶ୍ରେଣୀର ଲୋକ ହୋଇଥିବା ସହ ତାଙ୍କ ର ଅଳ୍ପ ଜମିବାଡ଼ି ରହିଛି l ସେ ଚାଷ କାମ କରି ପରିବାର ଚଳାଇ ଥାନ୍ତି l ତଥାପି ସେ ଈଶ୍ୱର ଭକ୍ତି ଆଗରେ ହାର ମାନି ନାହାନ୍ତି l ଏଠାରେ ଭକ୍ତି ଆଗରେ ଦରିଦ୍ରତା ହାର ମାନିଛି l ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେଇ ସହାୟତା ପ୍ରଦାନ କଲେ ସେ ମନ୍ଦିର ଆହୁରି ଭଲ ଭାବେ ନିର୍ମାଣ କରି ପୂଜା ପାଠ କରି ପାରିବେ ବୋଲି ସେ ପ୍ରକାଶ କରିଛନ୍ତି l

You May Also Like

More From Author

+ There are no comments

Add yours