କର୍ଣ୍ଣାଟକ: ଭୋଟ ଗଣତି ପୂର୍ବରୁ ଆସିଲା ଏଗଜିଟ୍ ପୋଲ ରିପୋର୍ଟ

ଶବ୍ଦ ଓଡିଶା ବ୍ୟୁରୋ: କର୍ଣ୍ଣାଟକରେ ଭୋଟଗ୍ରହଣ ଶେଷ ହୋଇଛି । ରାଜ୍ୟରେ କଂଗ୍ରେସ ପୁଣି କ୍ଷମତାକୁ ଆସିବାକୁ ଆଶା ରଖିବାଥିବାବେଳେ ବିଜେପି ଲଗାତାର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବ ବୋଲି ଲକ୍ଷ୍ୟ ରଖିିଛି । ଭୋଟ ଫଳାଫଳ ୧୩ ତାରିଖରେ ଆସିବ । କିନ୍ତୁ ଅଧିକାଂଶ ଏକଜିଟ ପୋଲରେ କର୍ଣ୍ଣାଟକରେ ଝୁଲା ବିଧାନସଭା ହେବା ସମ୍ଭାବନା ରହିଛି ।

ତେବେ କଂଗ୍ରେସ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇପାରେ । ଆଉ କୁମାରସ୍ୱାମୀଙ୍କ ଜେଡିଏସ କିଙ୍ଗମେକର ହୋଇପାରେ । କିଛି ଏକଜିଟ ପୋଲରେ ବିଜେପି ଆଗୁଆ ରହିପାରେ ବୋଲି ମଧ୍ୟ ଆକଳନ କରାଯାଇଛି । ତେବେ ଇଣ୍ଡିଆ ଟୁଡେ-ଆକ୍ସିସର ଏକଜିଟ ପୋଲ ଅନୁସାରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିବା ଆକଳନ କରାଯାଇଛି । ନ୍ୟୁଜ ୨୪ର ସର୍ଭେ ଅନୁସାରେ କଂଗ୍ରେସକୁ ସ୍ପଷ୍ଟ ବହୁତ ମିଳିପାରେ ।

ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ ପୋଲ ଅନୁସାରେ କର୍ଣ୍ଣାଟକରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିବା ଆକଳନ କରାଯାଇଛି । କଂଗ୍ରେସକୁ ୧୨୨ରୁ ୧୪୦ ଆସନ ମିଳିବା ସମ୍ଭାବନା ରହିଛି । ବିଜେପିକୁ ୬୨ରୁ ୮୦ ଆସନ ମିଳିପାରେ । ଧର୍ମନିରପେକ୍ଷ ଜନତା ଦଳକୁ ୨୦ରୁ ୨୫ ଆସନ ମିଳିବା ସମ୍ଭାବନା ରହିଛି । ଏବିପି ନ୍ୟୁଜ-ସି-ସିଭୋଟରର ଏକଜିଟ ପୋଲ ଅନୁସାରେ କଂଗ୍ରେସକୁ ୧୦୦ରୁ ୧୧୨ ଆସନ ମିଳିବା ସମ୍ଭାବନା ରହିଛି । ବିଜେପିକୁ ୮୩ରୁ ୯୫ ଓ ଜେଡିଏସକୁ ୨୧ରୁ ୨୯ ଆସନ ମିଳିପାରେ । ଇଣ୍ଡିଆ ଟିଭି-ସିଏସଏକ୍ସ ଆକଳନ ଅନୁସାରେ,କଂଗ୍ରେସକୁ ୧୧୦ରୁ ୧୨୦ ଆସନ ମିଳିବା ସମ୍ଭାବନା ରହିଛି । ବିଜେପିକୁ ୮୦ରୁ ୯୦ ଓ ଜେଡିଏସକୁ ୨୦ରୁ ୨୪ ଆସନ ମିଳିପାରେ ।

You May Also Like

More From Author

+ There are no comments

Add yours