ବର୍ଷା-ଅନୁଭବ ପାରିବାରିକ ବିବାଦ: ମାମଲାର ପରବର୍ତ୍ତୀ ଶୁଣାଣି ଆଜି

ଶବ୍ଦ ଓଡିଶା ବ୍ୟୁରୋ: ଅନୁଭବ-ବର୍ଷା ପାରିବାରିକ ମାମଲାର ବୁଧବାର କଟକ ପରିବାର ଅଦାଲତରେ ଶୁଣାଣି ହୋଇଛି । ଅଦାଲତରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ । ଅଦାଲତରେ ବର୍ଷାଙ୍କୁ ଅନୁଭବଙ୍କ ତରଫରୁ ଆଇନଜୀବୀ ଜେରା କରିଥିଲେ । ଜେରା ସମୟରେ ବର୍ଷାଙ୍କୁ ଅନୁଭବଙ୍କ ତରଫରୁ ଆଇନଜୀବୀ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ।

ପ୍ରାୟ ଦେଢ ଘଣ୍ଟା ଧରି ଜେରା ଚାଲିଥିଲା । ବୁଧବାର ଦିନ ବର୍ଷାଙ୍କ ଜେରା ଅସମ୍ପୂର୍ଣ୍ଣ ରହିଛି । ତେଣୁ ଆଜି ପୁଣି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଦ୍ୱାରା ଦାୟର ହୋଇଥିବା ଏହି ଛାଡ଼ପତ୍ର ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ମାମଲାରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ପୂର୍ବରୁ ଶେଷ ହୋଇ ସାରିଛି ।

You May Also Like

More From Author

+ There are no comments

Add yours