ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ୪ଟା ୩୦ରେ ଦୁଇ ନେତାଙ୍କ ମଧ୍ୟରେ ଭେଟ ହେବ । ଦିଲ୍ଲୀରେ ପହଞ୍ଚିବା ପରେ ଏନେଇ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ବେଳେ ସେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଦାବି ଉପସ୍ଥାପନ କରିବେ ବୋଲି କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ଓଡ଼ିଶାର କେନ୍ଦ୍ର ନିକଟରେ ପଡ଼ି ରହିଥିବା ବିଭିନ୍ନ ପ୍ରସ୍ତାବ ଓ ଦାବି ଗୁଡ଼ିକର ସମୀକ୍ଷା କରିବେ । ଏହା ସହ ଦିଲ୍ଲୀ ଗସ୍ତ ବେଳେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

You May Also Like

More From Author

+ There are no comments

Add yours