ଏଡସରୁ ବର୍ତ୍ତିବା ପାଇଁ କରିବେ କଣ ?

ଡିସେମ୍ବର ୧ରେ ବିଶ୍ୱ ପାଳୁଛି ଏଡସ ଦିବସ । ଏହା ଗୋଟିଏ କ୍ରୋନିକ ଇମ୍ୟୁନ ସିଷ୍ଟମ ରୋଗ । ଏହା ମଣିଷକୁ ଧିରେ ଧୀରେ ମୃତ୍ୟୁ ଆଡକୁ ଟାଣିନେଇଥାଏ । ହୁ ର ରିପୋର୍ଟ ମୁତାବକ ୨୦୨୧ ମସିହାରେ ସାରା ବିଶ୍ୱରେ ଏଚଆଇଭିରେ ପାଖାପାଖି ୩.୮ କୋଟି ଲୋକ ସଂକ୍ରମିତ ହୋଇଛନ୍ତି । ଗତବର୍ଷ ଏଡସ କାରଣରୁ ବିଶ୍ୱରେ ୬.୫୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ବିଭିନ୍ନ ବର୍ଗର ଲୋକ ସାମିଲ ରହିଛନ୍ତି ା ଭାରତରେ ପ୍ରତ୍ୟେକ ବର୍ଷ ଏହି ରୋଗରେ ଲକ୍ଷ ଲକ୍ଷ ଲୋକଙ୍କର ଜାବନ ଯାଉଛି । ତେବେ ଅନେକ ଜଣ ଜାଣିନାହାନ୍ତି ଏହି ମାରାତ୍ମକ ରୋଗ ପାଖରୁ ବର୍ତ୍ତିବେ କେମିତି ? ତେବେ ଆସନ୍ତୁ ଡାକ୍ତରଙ୍କ ପାଖରୁ ଜାଣିବା ଏହି ରୋଗର ବର୍ତ୍ତିବାର ଉପାୟ କଣ ।
ତେବେ ଏହି ରୋଗରୁ ବର୍ତ୍ତିବା ପାଇଁ ଆମକୁ ଏଚଆଇଭି ଏବଂ ଏଡସ ମଧ୍ୟରେ ଥିବା ଫରକକୁ ବୁଝିବାକୁ ପଡିବ । ଏଚଆଇଭି ଏକ ସଂକ୍ରମଣ ଯାହା ରକ୍ତରୁ ରକ୍ତ ଜରିଆରେ ମଣିଷ ଶରୀରରେ ବ୍ୟାପିଥାଏ । ଥରେ ଯଦି ଏହା ଶରୀରରେ ପ୍ରବେଶ କରେ ତେବେ ସାରା ଜୀବନ ଏହା ମଣିଷ ଦେହରେ ରହିଯାଇଥାଏ । ଯେତେବେଳେ ଏହି ସଂକ୍ରମଣ ଆମର ଯକୃତ, କିଡନୀ, ପାକସ୍ଥଳୀ, ଚର୍ମ ସମେତ ବିଭିନ୍ନ ଅଂଶକୁ ବ୍ୟାପିଥାଏ ତେବେ ତାହ ସମସ୍ତ ଅଙ୍ଗକୁ ନଷ୍ଟ କରିବା ଆରମ୍ଭ କରିଦେଇଥାଏ । ସେହିଭଳି ସ୍ଥିତିକୁ ଏଡସ କୁହାଯାଏ । ଏହା ମଣିଷର ରୋଗ ପ୍ରତିରୋଧକ ଶକ୍ତିକୁ ପୂରା ନଷ୍ଟ କରିଦେଇଥାଏ ।
ବିଶେଷଜ୍ଞ କୁହନ୍ତି, କିଛି ଜଣ ଏଚଆଇଭି ପଜିଟିଭ ହୁଅନ୍ତି କିନ୍ତୁ ସେମାନଙ୍କୁ ଏଡସ ହୋଇନଥାଏ । ଏହିଭଳି ବ୍ୟକ୍ତି ବିନା କୌଣସି ଦ୍ବିଧାରେ ନିଜର ଜୀବନ ଅତିବାହିତ କରିଥାନ୍ତି । କୌଣସି ବି ବ୍ୟକ୍ତିଙ୍କ ଶରୀରରେ ଏଚଆଇଭିର ସଂକ୍ରମଣ କେତେ ପ୍ରତିଶତ ରହିଛି ତାହା ସଂକ୍ରମଣ ଲିଡ ଦ୍ୱାରା ଜଣାପଡିଥାଏ । ଯଦି ଆମେ ଠିକ ସମୟରେ ଏଚଆଇଭିର ଚିକିତ୍ସା କରାଇବା ତେବେ ଏହାକୁ ଆମେ ରୋକିପାରିବା । ଆଜିର ସମୟରେ ମଧ୍ୟ ଅନେକ ଔଷଧ ଉପଲବ୍ଧ ହେଉଛି ଯାହା ଏହି ସଂକ୍ରମଣକୁ ରୋକିବାରେ ପ୍ରମୁଖ ଭୂମିକା ନେଇଥାଏ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି ।
ବିଶେଷଜ୍ଞଙ୍କ କହିବାନୁଯାୟୀ ଏଚଆଇଭି ରକ୍ତରୁ ରକ୍ତ ବ୍ୟାପିଥାଏ । ରକ୍ତନେବା ବେଳେ, ବ୍ୟବହାର ହୋଇଥିବା ସିରିଞ୍ଚ, ଅନ୍ୟ ବ୍ୟକ୍ତିଙ୍କ ବ୍ଲେଡ, ଅପ୍ରାକୃତିକ ଯୌନ ସମ୍ପର୍କ ଏଚଆଇଭି ବ୍ୟାପିବାର ପ୍ରମୁଖ କାରଣ । ହୋମୋସେକ୍ସୁଆଲଙ୍କ କ୍ଷେତ୍ରରେ ଏହାର ସମ୍ଭାବନା ଅଧିକ । ଏହା ହେବା ଦ୍ୱାରା ଅନ୍ୟ ଜଣେ ବ୍ୟକ୍ତିର ରକ୍ତ ସମ୍ପର୍କରେ ଆସିଥାନ୍ତି । ପରସ୍ପରକୁ ଚୁମ୍ୱନ ବେଳେ ମଧ୍ୟ ଏହା ବ୍ୟାପିପାରେ, ଏଭଳି କରି ମଧ୍ୟ ଅନେକ ଏହି ରୋଗର ଶିକାର ହୋଇଥାନ୍ତି । କୌଣସି ବି ଭାବେ ରକ୍ତର ସମ୍ପର୍କ ଆସିବା ଦ୍ୱାରା ଏଡସ ବ୍ୟାପିଥାଏ, ହାତ ମିଳାଇବା କିମ୍ବା ଏକାଠି ଖାଇବା ଦ୍ୱାରା ଏଡସ ବ୍ୟାପିନଥାଏ ।
ଏଡସରୁ ବର୍ତ୍ତିବାର ଉପାୟ
କୌଣସି ବ୍ୟକ୍ତିଙ୍କ ରକ୍ତ ସହ ସମ୍ପର୍କରେ ଆସନ୍ତୁ ନାହିଁ
ଅପ୍ରାକୃତିକ ଯୌନ ସମ୍ପର୍କଠାରୁ ଦୂରେଇ ରୁହନ୍ତୁ
ବ୍ୟବହାର ହୋଇଥିବା ଇଞ୍ଜେକସନ ଠାରୁ ଦୂରେଇ ରୁହନ୍ତୁ
କାହା ସହ ବ୍ଲେଡକୁ ବ୍ୟବହାର କରନ୍ତୁ ନାହିଁ
କାହା ସହ ସିଗାରେଟକୁ ପିଅନ୍ତୁ ନାହିଁ
ସନ୍ଦେହ ହେଲେ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ

You May Also Like

More From Author

+ There are no comments

Add yours