
ମାତ୍ର କିଛି ସମୟର ଅପେକ୍ଷା ଭାରତରେ ଆସିବ ଡିଜିଟାଲ ଟଙ୍କା । ଡିଜିଟାଲ ମୁଦ୍ରାର ପ୍ରଥମ ଟଙ୍କା ବଜାରକୁ ଆସିବ। ଏହାକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ବା ସିବିଡିସି ଭାବେ ଜଣାଯିବ। ଏହା ରିଜର୍ଭ ବ୍ୟାଙ୍କର ଋଣ ଦେବା ଏବଂ ନେବାକୁ ବୃଦ୍ଧି କରିବାରେ ଏକ ବଡ ଭୂମିକା ନେବ। ଡିଜିଟାଲ ଟଙ୍କାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ରହିଛି ତେବେ ଆସନ୍ତୁ ଜାଣିବା ଏହାକୁ ନେଇ କିଛି ରୋଚକ କଥା।
ବିଶେଷଜ୍ଞଙ୍କ କହିବା କଥା, ଡିଜିଟାଲ ଟଙ୍କା ବର୍ତ୍ତମାନର ମୁଦ୍ରା ସହ କୌଣସି ପ୍ରତିଯୋଗିତା କରିବ ନାହିଁ ।ଏହା ଟଙ୍କା ନେଣଦେଣର ଗୋଟିଏ ନୂଆ ଉପାୟ ସାଜିବ। ଏହା ପାରମ୍ପରିକ ଡିଜିଟାଲ ନେଣଦେଣ ଠାରୁ ବେଶ୍ ସୁବିଧାଜନକ ।ଏଥିରେ ଆପଣ ବ୍ୟାଙ୍କରୁ ଡିଜିଟାଲ ମୁଦ୍ରା କିଣିବା ସହ ୱାଲେଟ ଜରିଆରେ ନେଣଦେଣ କରିପାରିବେ। ଏହା ଗୋଟିଏ କଳା ଚେନରେ ଡିଜିଟାଲ ଟୋକନ ଭଳି ମୁଦ୍ରା ଅଟେ।
ଡିଜିଟାଲ ମୁଦ୍ରା ୟୁପିଆଇ ତୁଳନାର ସମ୍ପୂର୍ଣ୍ଣ ଭିନ୍ନ ଯାହା ଆପଣଙ୍କ ବ୍ୟାଙ୍କ ଖାତାରୁ ନେଣ ଦେଣ ହୋଇଥାଏ। ଖୁଚୁରା ସିବିଡିସି ଜରିଆରେ ଆପଣ କୌଣସି ବ୍ୟାଙ୍କରେ ସାମିଲ ନହୋଇ ମଧ୍ୟ ନେଣଦେଣ କରିପାରିବେ। ଡିଜିଟାଲ ମୁଦ୍ରା ସାଧାରଣ ମୁଦ୍ରା ଭଳି ମୂଲ୍ୟବାନ ହୋଇଥାଏ। ଖୁଚୁରା ଡିଜିଟାଲ ମୁଦ୍ରାକୁ ଦୁଇଟି ସ୍ତରରେ ଭଗବଣ୍ଟା ଯାଇଥାଏ। ପ୍ରଥମ ଚରଣରେ ଆରବିଆଇ ଚାରି ବାଣିଜ୍ୟିକ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ , ଆଇସିଆଇସିଆଇ ବ୍ୟାଙ୍କ, ୟେସ ବ୍ୟାଙ୍କ ଏବଂ ଆଇଜିଏଫସି ଫାଷ୍ଟ ବ୍ୟାଙ୍କରେ ଡିଜିଟାଲ ଟଙ୍କାର ବିତରଣ କରିବେ। ଏହା ପରେ ବ୍ୟାଙ୍କ ଉପଭୋକ୍ତାଙ୍କୁ ଡିଜିଟାଲ ମୁଦ୍ରା ବିତରଣ କରିବେ। ଏଥିରେ ସାମିଲ ବ୍ୟାଙ୍କକୁ ମୋବାଇଲ ଫୋନରେ ଉପଲବ୍ଧ ଡିଜିଟାଲ ୱାଲେଟ ଜରିଆରେ ଆପଣ ନେଣଦେଣ କରିପାରିବେ।