ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ୭୭ ତମ ସ୍ବାଧିନତା ଦିବସ ପାଳିତ

ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡ଼ିୟମରେ ଜିଲ୍ଲା ସ୍ତରୀୟ ୭୭ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗଦେଇ ପତାକା ଉତ୍ତୋଳନ ସହ ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଛନ୍ତି। ଆଜି ଦିନରେ ଭାରତକୁ ସ୍ବାଧୀନତା ଦେଇଥିବା ମହାନ୍ ଆତ୍ମା ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଏହି ଅବସରରେ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀ ମାନଙ୍କ ଅବଦାନକୁ ସ୍ମରଣ କରି ତାଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳୀ ବକ୍ତବ୍ୟ ରଖିଥିଲେ। ଚଳିତ ବର୍ଷ ମୋଟ ୩୭ ଟି ଦଳ ପ୍ୟାରେଡରେ ଭାଗ ନେଇଛନ୍ତି । ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସଂସ୍କୃତିକୁ କାର୍ଯ୍ୟକ୍ରମ ପରିବେଷିତ ହୋଇଛି ।

You May Also Like

More From Author

+ There are no comments

Add yours