ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ନକଲି ଯବାନ, ଅଟକ ରଖି ପୋଲିସର ପଚରାଉଚରା

ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ନକଲି ଯବାନ । ୭୭ ତମ ସ୍ଵାଧୀନତା ଦିବସ ଅବସରରେ ତାଳବଣିଆ ଇଣ୍ଡୋର ଷ୍ଟାଡିୟମକୁ ଜଣେ ନକଲି ଯବାନ ପୋଷାକ ପିନ୍ଧି ଆସିଥିବା ବେଳେ ପୋଲିସ ଦ୍ବାରା ଅଟକ । ଅଟକ ନକଲି ଯବାନ ଜଣକ ହେଉଛନ୍ତି ପୁରୀ କୁମ୍ଭାରପଡ଼ା ଅଞ୍ଚଳର ସୁନିଲ୍ କୁମାର୍ । ସମ୍ପୃକ୍ତ ଯୁବକକୁ ଚିହ୍ନଟ ପରେ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡିଛି।

ତେବେ ଜାତୀୟ ପତାକା ଉତ୍ତୋଳନ ପୂର୍ବରୁ ସମ୍ପୃକ୍ତ ନକଲି ଯବାନକୁ ସାମ୍ବାଦିକ ମାନେ ଚିହ୍ନଟ କରି ପୋଲିସର ଜିମା ଦେଇଥିଲେ। ଗଣମାଧ୍ୟମ ପାଇଁ ଉଦ୍ଧିଷ୍ଟ ଟେଣ୍ଟରେ ଆର୍ମି ଅଧିକାରୀଙ୍କ ପୋଷାକ ପିନ୍ଧି ସମ୍ପୃକ୍ତ ନକଲି ଯବାନ ଜଣକ ବସିଥିଲା। କେବଳ ସେତିକି ନୁହେଁ ମୁହଁରେ କପଡ଼ା ବାନ୍ଧି ଏନସିସି ଅଧିକାରୀଙ୍କ ପାଖରେ ବସି ରହିଥିଲା।

ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ପରେଡ୍ ଗ୍ରାଉଣ୍ଡରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏହି ନକଲି ଯବାନ ଜଣକ ଗ୍ରାଉଣ୍ଡ ଭିତରକୁ କିଭଳି ପ୍ରବେଶ କଲେ ଏବଂ ଆର୍ମି ଅଧିକାରୀଙ୍କ ଡ୍ରେସ୍‌ କିଭଳି ପରିଧାନ କଲେ ସେନେଇ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

You May Also Like

More From Author

+ There are no comments

Add yours