ଭାରତ ପାଳୁଛି ୭୫ତମ ସ୍ବାଧୀନତା ଦିବସ। ଏହି ଦିବସ ହେଉଛି ସେହି ବୀରମାନଙ୍କୁ ସ୍ମରଣ କରିବାର ଦିନ, ଯେଉଁମାନେ ଆମକୁ ସ୍ୱାଧୀନତା ଦେବା ପାଇଁ ସଂଘର୍ଷ କରିଥିଲେ। ଓ ଦେଇଯାଇଥିଲେ ସ୍ୱାଧୀନ ଭାରତର ଉପହାର। ଏହି ମହାନ ଦିବସର ଗାରିମାକୁ ଚୀରସ୍ମରଣୀୟ ରଖିବା ପାଇଁ ଆମେ ଦେଶପ୍ରେମକୁ ସର୍ବୋଚ୍ଚ ସମ୍ମାନ ଦେଇଥାଉ। ଯାହାକୁ ଆମେ ଜାତୀୟ ପତାକା ଓ ଜାତୀୟ ସଙ୍ଗୀତ ମାଧ୍ଯମରେ ଦର୍ଶାଇଥାଉ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ଅଧିକ କିଛି।
ଆଜାଦି କା ଅମୃତ ମହେତ୍ସବ ଅଧୀନରେ ସାରା ଦେଶରେ ଚାଲିଛି ‘ହର ଘର ତ୍ରିରଙ୍ଗା’ କାର୍ଯ୍ଯକ୍ରମ । ଦେଶବାସୀ ନିଜ ଘରର ଛାତରେ ତ୍ରିରଙ୍ଗା ଲଗାଇ ଦେଶପ୍ରେମର ବାର୍ତ୍ତା ଦେଇଛନ୍ତି । ଏହି ପତାକାକୁ ପିଙ୍ଗଲୀ ଭେଙ୍କେୟା ପ୍ରଥମେ ଡିଜାଇନ କରିଥିଲେ। ତେବେ ଆପଣ ଜାଣିଛନ୍ତି କି ଏହି ତ୍ରିରଙ୍ଗା ତିଆରି ଓ ଯେଗାଣ କରିବାର ଅନୁମତି କେବଳ ଗୋଟିଏ ଅନୁଷ୍ଠାନକୁ ଦିଆଯାଇଛି । ତାହା ହେଉଛି ‘କର୍ଣ୍ଣାଟକ ଖଦୀ ଗ୍ରାମଦ୍ଯୋଗ ସମ୍ଯୁକ୍ତ ସଂଘ’।
ଜାତୀୟ ସଙ୍ଗୀତ କଥା ଆସିଲେ ରବିନ୍ଦ୍ର ନାଥ ଟାଗୋରଙ୍କ କଥା ମନକୁ ଆସେ। ଟାଗୋରଙ୍କ କଲମରୁ ଜାତୀୟ ସଙ୍ଗୀତ ଲେଖାଯାଇଛି। ଏହାକୁ ଗାନ କରାଯିବାର ଏକ ନିର୍ଦ୍ଦିଷ୍ଟ ସମୟ ରଖାଯାଇଛି। ଯାହାର ସମୟ ସୀମା ୫୨ ସେକେଣ୍ଡ ରହିଛି । ଅଗଷ୍ଟ ୧୫କୁ କେବଳ ଭାରତ ନୁହେଁ, ବରଂ ଏହା ବ୍ଯତୀତ ବାହରିନ୍, ଦକ୍ଷିଣ କୋରିଆ, ଉତ୍ତର କୋରିଆ ଏବଂ ଲିଚେନସ୍ତାନରେ ମଧ୍ଯ ସ୍ବତନ୍ତ୍ରତା ଦିବସ ରୂପେ ପାଳନ କରାଯାଏ। ଏହା ଭାରତର ଆଉ ଏକ ଓରିଜିନାଲିଟି ବିଷୟରେ ଅନେକ ଲୋକ ଜାଣିନାହାନ୍ତି। ଚେସ୍ ଖେଳ କଥା କହିଲେ, ଆମ ପାଖରେ ଅନେକ ଗ୍ରାଣ୍ଡ ମାଷ୍ଟର ରହିଛନ୍ତି। ଏ କଥା ଅନେକ ଲୋକଙ୍କୁ ଅଜଣା ଯେ, ଚେସ ଭାରତର ଏକ ପୂରାତନ ଖେଳ । ଯାହା ପୂର୍ବରୁ ଅଷ୍ଟପଦ ନାଁ ରେ ଜଣାଯାଉଥିଲା।
