Thu. Oct 15th, 2026

୭୬ ତମ ସ୍ବାଧୀନତା ଦିବସ, ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦିର ଅମୃତ ମହୋତ୍ସବ ଅବସରରେ ନୀଳାଦ୍ରିବିହାରସ୍ଥିତ ସୋମନାଥ ବସ୍ତିରେ ଯଶୋଦା ମାଆ ଫାଉଣ୍ଡେସନ ତରଫରୁ ବର୍ଣ୍ଣୋବୋଧ ପାଠଶାଳାର କୁନିକୁନି ପିଲାଙ୍କୁ ନେଇ ଦେଶର ଏହି ମହାନ୍ ପର୍ବ ପାଳିତ ହୋଇଯାଇଛି । ବିଶିଷ୍ଟ ସୃଜନଶୀଳା ମହିଳା ଶ୍ରୀମତୀ ରଶ୍ମିତା ସାହୁ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଉକ୍ତ ମହୋତ୍ସବରେ ସୋମନାଥ ବସ୍ତିର ସଂପାଦକ ଶ୍ରୀ ନରୋତ୍ତମ ଗନ୍ଥିଆ, ବର୍ଣ୍ଣୋବୋଧ ପାଠଶାଳାର ଗୁରୁମା ଶ୍ରୀମତୀ ସ୍ବର୍ଣ୍ଣ ମଞ୍ଜରୀ ବେହେରା, ଶ୍ରୀମତୀ ପ୍ରମିଳା ସାହୁ ଶ୍ରୀମତୀ ରଞ୍ଜୁବାଳା ଲେଙ୍କା ଯୋଗଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।
ଶ୍ରୀମତୀ ରଶ୍ମିତା ସାହୁ ଆଜିର ଦିବସର ମହତ୍ତ୍ଵ ଓ ବିଶେଷତ୍ୱ ସଂପର୍କରେ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ । ଯଶୋଦା ମାଆ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀମତୀ ନିବେଦିତା ଲେଙ୍କା ପିଲାମାନଙ୍କ ମନରେ ଜାତୀୟତା ଭାବ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଦେଶର ସ୍ବାଧୀନତା ସଂଗ୍ରାମର କାହାଣୀ ବ୍ୟାଖ୍ୟା କରିଥିଲେ ତତ୍ ସହିତ ଦେଶର ସ୍ବତନ୍ତ୍ରତା, ଅଖଣ୍ଡତା ଓ ଏକତା କୁ ବଜାୟ ରଖିବା ହିଁ ଆମ ମାନଙ୍କର ପ୍ରଧାନ କର୍ତ୍ତବ୍ୟ ବୋଲି ଅବଗତ କରାଇଥିଲେ । ଶ୍ରୀ ନରୋତ୍ତମ ଗାନ୍ଥିଆ ପିଲାମାନଙ୍କୁ ଆଗାମୀ କାଲିର ଭବିଷ୍ୟତ ଭାବେ ଅଭିହିତ କରିଥିଲେ। ପିଲାମାନଙ୍କ ଦ୍ବାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଏବଂ ବନ୍ଦମାତରଂ ଧ୍ବନିରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ଶେଷରେ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯିବା ସହ ବିଶିଷ୍ଟ ଅଭିନେତା ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଲେଙ୍କା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *