Thu. Oct 15th, 2026

ହିନ୍ଦୀ କହୁଥିବା କିମ୍ବା ହିନ୍ଦୀ ଗୀତରେ ନାଚୁଥିବା ବିଦେଶୀମାନଙ୍କ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥାଏ। ଏଥି ସହିତ, ଭାରତୀୟ ସଂସ୍କୃତି ସହିତ ଜଡିତ ବିଦେଶୀମାନଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଏ। ସେହିଭଳି କିଛି ସ୍ବାଧୀନତା ଦିବସରେ ଭାଇରାଲ ହେବାରେ ଲାଗିଛି। ଯେଉଠିଁ ପ୍ରତ୍ୟେକ ଭାରତୀୟ ୭୫ ସ୍ବତନ୍ତ୍ରତା ଦିବସରୁ ପାଳନ କରୁଛି, ସେଠାରେ ଏଥିରୁ ବାଦ ପଡ଼ିନାହାନ୍ତି ଜଣେ ବିଦେଶିନୀ। ଫ୍ରାନ୍ସର ଗେୟା ସଂସ୍କିୃତ୍ ନାମକ ଜଣେ ବିଦେଶିନୀ, ଭାରତୀୟ ବେଦଶାସ୍ତ୍ରରୁ କିଛି ଅଂଶ ନେଇ ଭାରତର ସ୍ବାଧୀନତା ଦିବସ ଓ ସ୍ବାଧୀନତା ସଂଗ୍ରାମୀମାନଙ୍କର ଚିରସ୍ମରଣୀୟ ଗାଥାକୁ ଗୌରବର ସ୍ବରରେ ଗାଇଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଲାଣି ।

ମହିଳା ଜଣକ ସ୍ପେନର ରେଡିଓ ହୋଷ୍ଟ ବୋଲି କୁହାଯାଉଛି। ତାଙ୍କର ଅସଲ ନାଁ ଗାବ୍ରିଏଲା ବର୍ଣ୍ଣେଲ। ସେ କେବଳ ସଂସ୍କୃତ ଗୀତ ହିଁ ଗାଇଥାନ୍ତି। ୭୫ତମ ସ୍ବାଧୀନତା ଦିବସ ଉପଲକ୍ଷେ ସେ ତାଙ୍କ ଟ୍ବିଟର ପେଜରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ସଂସ୍କୃତ ଶ୍ଲୋକରେ ଭାରତୀୟ ବୀରଙ୍କ ବୀରଗାଥାକୁ ୟୁଜର୍ସ ମାନେ ପସନ୍ଦ କରୁଛନ୍ତି ।

Leave a Reply

Your email address will not be published. Required fields are marked *