ଦେଶପ୍ରେମରେ ବୁଡ଼ିଛି ଦେଶ। ଯେଉଠିଁ ଦେଖିବ ତ୍ରିରଙ୍ଗା ପତାକା, ଭାରତୀୟଙ୍କ ଗୌରବର ଗାଥାକୁ ଦ୍ୱିଗୁଣିତ କରିଛି। ଏସବୁ ମଧ୍ୟରେ କିଶାନଗଡ ଗାଁର ମହିଳାମାନେ ନିଜ ଭାଷାର ପାରମ୍ପରିକ ଦେଶପ୍ରେମ ଗୀତ ଗାଇ ତ୍ରିରଙ୍ଗା ବଣ୍ଟନ କାର୍ଯକ୍ରମକୁ ଆହୁରି ମନୋରମ ବନେଇ ଦେଇଛନ୍ତି। ସ୍ୱାଧୀନତାର ୭୫ତମ ବର୍ଷ ମଧ୍ୟରେ, ଦେଶରେ ଏହି ବର୍ଷ ଅମୃତ ମହୋତ୍ସବ ଭାବରେ ପାଳନ କରାଯାଉଛି। ଦେଶରେ ଦେଶପ୍ରେମର ନିଆରା ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ପୂର୍ବରୁ ଏଭଳି ଉତ୍ସାହ ଦେଖିନଥିଲା। ସମସ୍ତେ ଏହି ସ୍ୱାଧୀନତା ଦିବସକୁ ନିଜ ଜୀବନର ଏକ ସ୍ମରଣୀୟ ମୁହୂର୍ତ୍ତରେ ପରିଣତ କରିବାରେ ବ୍ୟସ୍ତ। ଅମୃତ ମହୋତ୍ସବ ପାଇଁ ଦେଶର ସବୁ ସ୍ଥାନରେ ତ୍ରିରଙ୍ଗା ବଣ୍ଟନ କରାଯାଉଛି। ଏହା ଅଧୀନରେ ଆଜି ବସନ୍ତକୁଞ୍ଜର ପୂର୍ବତନ କାଉନସିଲର ମନୋଜ ମହଲାୱାଟ ଶହ ଶହ ଟ୍ରାଇକଲର ନେଇ କିଶାନଗଡ ଗ୍ରାମରେ ପହଞ୍ଚି ଲୋକଙ୍କୁ ତ୍ରିରଙ୍ଗା ବଣ୍ଟନ କରିଛନ୍ତି। ତା’ପରେ କାଉନସିଲରଙ୍କ ମାଆ, ମାଉସୀ ଏବଂ ଅନ୍ୟ ମହିଳାମାନେ ସେଠାରେ ପହଞ୍ଚିଥିଲେ ଏବଂ ସେ ମଧ୍ୟ ତ୍ରିରଙ୍ଗା ବଣ୍ଟନ କରିବା ଆରମ୍ଭ କରିଥିଲେ। ଏହି ମହିଳାମାନେ ଦେଶପ୍ରେମର ରଙ୍ଗରେ ଏତେ ବୁଡି ଯାଇଥିଲେ ଯେ ପତାକା ବଣ୍ଟନ କରିବାବେଳେ ସେମାନେ ସେମାନଙ୍କର ହରିୟାଣୀ ଭାଷାର ପାରମ୍ପାରିକ ଦେଶପ୍ରେମୀ ଗୀତ ଗାଇବା ଆରମ୍ଭ କରିଥିଲେ। ଏଠାକୁ ଆସୁଥିବା ଲୋକମାନେ ଜାତୀୟ ପତାକା ଧରି ‘ଭାରତ ମାତା କି ଜୟ’ ସ୍ଲୋଗାନ ଦେଇଥିଲେ।