
ସବୁଠି ଚାଲିଛି ଉତ୍ସବର ଆସର। ପୁର ଠୁ ପଲ୍ଲୀ ଯାଏଁ ୭୫ତମ ସ୍ୱାଧୀନତା ଦିବସର ପ୍ରସ୍ତୁତିରେ ଉତ୍ସବ ମୁଖର ସାରା ଦେଶ। ଯେଉଠିଁ ଭାରତ ଅଗଷ୍ଟ ୧୫ ରେ ସ୍ୱାଧୀନତା ଦିବସ ପାଳିବାକୁ ପ୍ରସ୍ତୁତି ଚଳେଇଛି, ସେପଟେ ଅଗଷ୍ଟ ୧୪ ତାରିଖରେ ନିଜର ପରାଧୀନ ଉପରେ ବିଜୟ ପ୍ରାପ୍ତିକୁ ସ୍ୱାଧୀନତା ଦିବସ ରୂରେ ପାଳନ କରୁଛି। ଅର୍ଥାତ୍ ଯେତେବେଳେ ଆଜି ପାକିସ୍ତାନ ଏହାର ସ୍ୱାଧୀନତା ଦିବସ ପାଳନ କରୁଛି ଏପଟେ ଭାରତରେ ପାଳନ ହେଉଛି ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’। କାରଣ ୧୯୪୭ ଅଗଷ୍ଟ ୧୪ ତାରିଖକୁ କୌଣସି ଭାରତୀୟ ଭୁଲି ପାରିବେ ନାହିଁ। ଦୀର୍ଘ ୨୦୦ ଶହ ବର୍ଷ ବ୍ରିଟିଶ ଉପନିବେଶ ଶାସନ ପରେ ଏହି ଦିନରେ ଭାରତ ସ୍ୱାଧିନ ହୋଇଥିଲା ତ ଅନ୍ୟ ପଟରେ ଏହାର ଦୁଇ ଭାଗ ହୋଇ ସାରିଥିଲା।

ଭାରତ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ବିଭାଜନ ସମୟରେ ସାମ୍ପ୍ରଦାୟିକ ଦଙ୍ଗାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଯେଉଁମାନେ ବିଭାଜନରେ ପୀଡିତ ଥିଲେ ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ସ୍ଥିରତା ଏବଂ ଧର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।
ବିଭାଜନ ସମୟରେ ସାମ୍ପ୍ରଦାୟିକ ଦଙ୍ଗାରେ ପ୍ରାଣ ହରାଇଥିବା ଲୋକଙ୍କ ବଳିଦାନକୁ ସ୍ମରଣ କରି ଗତ ବର୍ଷ ୧୪ ଅଗଷ୍ଟକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ, ଯେଉଁମାନେ ବିଭାଜନ କାରଣରୁ ସାମ୍ନାକୁ ଆସିଥିବା ହିଂସା ଏବଂ ଘୃଣା ଭାବ ପାଇଁ ଆମର ଲକ୍ଷ ଲକ୍ଷ ଭାଇ ଭଉଣୀମାନଙ୍କୁ ପଳାୟନ କରିବାକୁ ପଡିଥିଲା ଏବଂ ନିଜର ଜୀବନ ହରାଇବାକୁ ପଡିଥିଲା। ୧୯୪୭ ମସିହାରେ ବ୍ରିଟିଶ ଉପନିବେଶ ଶାସନ ଦ୍ୱାରା ଭାରତ ବିଭାଜନ ପରେ ପାକିସ୍ତାନ ଏକ ମୁସଲମାନ ଦେଶ ଭାବରେ ସୃଷ୍ଟି ହୋଇଥିଲା। ସେହି ସମୟ ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡିଥିଲା। ସମାନ ସମୟରେ ଦଙ୍ଗା ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଏହା ପରଠୁ ୧୪ ଅଗଷ୍ଟରେ ପାକିସ୍ତାନ ଏବଂ ଭାରତ ୧୫ ଅଗଷ୍ଟରେ ଏହାର ସ୍ୱାଧୀନତା ଦିବସ ପାଳନ କରିଥାଏ ।