Thu. Oct 15th, 2026

ଏଣିକି ଘରଭଡ଼ା ଉପରେ ଲାଗିବ ଦ୍ରବ୍ୟ ଏବଂ ସେବା କର ବା ଜିଏସଟି। ଘର ଭଡ଼ାରେ ଲାଗିବ ୧୮ ପ୍ରତିଶତ ଜିଏସଟି। ଜୁଲାଇ ୧୮ରୁ ଲାଗୁ ହୋଇଥିବା ନୂଆ ଜିଏସଟି ନିୟମରେ ରହିଛି ଏହି ସର୍ତ୍ତ। କିନ୍ତୁ ଏହି ଜିଏସଟି ସବୁ ଘର ଭଡ଼ାଟିଆଙ୍କୁ ଦେବାକୁ ପଡ଼ିବନି। କେବଳ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ଘର ଉପରେ ଜିଏସଟି ଲାଗିବ।

ଶୁକ୍ରବାର ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। କୌଣସି ଘରୋଇ (ପ୍ରାଇଭେଟ) ଲୋକ ତଥା ବ୍ୟକ୍ତିଗତ ବ୍ୟବହାର ପାଇଁ ଏହି କର ଲାଗୁ ହେବ ନାହିଁ। ପ୍ରାଇଭେଟ କିମ୍ବା ବ୍ୟକ୍ତିଗତ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିଲେ ସେମାନଙ୍କୁ ବାଦ ଦିଆଯିବ। ବ୍ୟବସାୟିକ ଉଦ୍ଦେଶ୍ୟରେ ଘର ଭଡ଼ା କାରବାର ନେଇ ଜିଏସଟିରେ ପଞ୍ଜିକରଣ କରିବାକୁ ନୂଆ ନିୟମ ହୋଇଛି।

ଘର ମାଲିକ କିମ୍ବା ଜମି ମାଲିକଙ୍କୁ ଏହି ଜିଏସଟି ଦେବାକୁ ପଡ଼ିବନି। ରିଜର୍ଭ ଚାର୍ଜ ମେକାରନିଜିମ ଅଧୀନରେ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ। ବ୍ୟବସାୟିତ କ୍ଷେତ୍ରରେ ବ୍ୟକ୍ତିଙ୍କ ବାର୍ଷିକ ସ୍ଥରୀକୃତ ଟର୍ଣ୍ଣଓଭର ଅନୁଯାୟୀ ଏହି ଜିଏସଟି ସ୍ଥିର ହେବ। ଏହି ନୂଆ ନିୟମ କମ୍ପାନୀ ତଥା ଯେଉଁମାନେ ଘର ଭଡ଼ା ନେଇ ବ୍ୟବସାୟ ଚଳାଉଛନ୍ତି ସେମାନଙ୍କ ଉପରେ ପ୍ରଭାବ ପକାଇବ। ବିଶେଷ କରି ବ୍ୟବସାୟିକ ଉଦ୍ଦେଶ୍ୟରେ ଅଫିସ ଏବଂ ଗୋଦାମ ଘର ପାଇଁ ନେଇଥିବା ଘର ଉପରେ ଜିଏସଟି ଲାଗିବ।

Leave a Reply

Your email address will not be published. Required fields are marked *