ରାଷ୍ଟ୍ରପତିଙ୍କ କ୍ଷମତା ଓ ସୁବିଧା

ଦେଶ ପାଇଛି ନୂଆ ରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ ସାରା ଦେଶ ଉତ୍ସବ ମୁଖର ହୋଇପଡିଛି। ରାଇରଙ୍ଗପୁରରେ ଅତି ସାଧାରଣ ଜୀବନଯାପନ କରୁଥିବା ଦ୍ରୌପଦୀଙ୍କୁ ଏବେ ବିଳାସପୂର୍ଣ୍ଣ ଜୀବନ ବିତେଇବାର ସୁବିଧା ସୁଯୋଗ ମିଳିବ। ନଜର ପକାଇବା କ’ଣ ରହିଛି ରାଷ୍ଟ୍ରପତିଙ୍କ କ୍ଷମତା ଓ ସୁବିଧା ।


ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏବେ ମାସିକ ୫ ଲକ୍ଷ ଟଙ୍କା ଦରମା ମିଳିବ । ୨୦୧୮ରେ ରାଷ୍ଟ୍ରପତିଙ୍କ ଦରମା ଦେଢ ଲକ୍ଷ ଟଙ୍କା ରହିଥିଲା । ଦରମା ସହିତ ମାଗଣା ମେଡିକାଲ, ଟେଲିଫୋନ୍‌, ବିଜୁଳି ସମସ୍ତ ଭତ୍ତା ବି ମିଳିବ । ରାଷ୍ଟ୍ରପତିଙ୍କୁ ମର୍ସିଡିଜ୍-ବେଞ୍ଜ ଏସ୍-୬୦୦ ପୁଲମ୍ୟାନ୍ ଗାର୍ଡ ଗାଡ଼ି ମିଳିଥାଏ । ରାଷ୍ଟ୍ରପତିଙ୍କ ପାଖରେ ୮୬ ଜଣିଆ ସ୍ୱତନ୍ତ୍ର ଗାର୍ଡ ଥାଏ, ଯାହାଙ୍କୁ ପ୍ରେସିଡେନ୍ସିଆଲ ବଡିଗାର୍ଡ କୁହାଯାଏ ।

ରାଷ୍ଟ୍ରପତିଙ୍କୁ ମାଗଣା ଘର, ଦୁଇଟି ମୋବାଇଲ ଫୋନ୍‌ ଓ ଆଜୀବନ ମାଗଣା ଚିକିତ୍ସା ସୁବିଧା ମିଳିବ। ପୂର୍ବତନ ରାଷ୍ଟ୍ରପତିମାନଙ୍କୁ ଜଣେ ସହଯୋଗୀଙ୍କ ସହ ଟ୍ରେନ୍ କିମ୍ବା ଆକାଶମାର୍ଗରେ ଯାତ୍ରା କରିବା ପାଇଁ ସୁବିଧା ମିଳିଥାଏ । ୩୪୦ ଏକର ରାଷ୍ଟ୍ରପତି ଭବନକୁ ବ୍ରିଟିଶ ଭାଇସରୟଙ୍କ ପାଇଁ ନିର୍ମାଣ କରାଯାଇଥିଲା । ଏଡୱର୍ଡ ଲୁଟିୟନ୍ସ ଓ ହରବର୍ଟ ବେକର ଏହାର ଡିଜାଇନ କରିଥିଲେ । ଏହାକୁ ନିର୍ମାଣ କରିବାକୁ ୧୭ ବର୍ଷ ଲାଗିଥିଲା । ରାଷ୍ଟ୍ରପତି ଭବନରେ ୩୪୦ ଟି କଠୋରୀ ରହିଛି । ସେତେବେଳେ ଏହି ବିରାଟ ଭବନକୁ ନିର୍ମାଣ ପାଇଁ ଲାଗିଥିଲା ୪୫ ଲକ୍ଷ ଇଟା ।

୧୫ ଏକରରେ ବ୍ୟାପିଥିବା ମୋଗଲ ଗାର୍ଡେନ ମୁଖ୍ୟ ଆକର୍ଷଣର କେନ୍ଦ୍ରସ୍ଥଳୀରେ କେତେ କ୍ଷମତା ରହିଛି ରାଷ୍ଟ୍ରପତିଙ୍କର ? ଭାରତର ସାମ୍ବିଧାନିକ ମୁଖ୍ୟ ହେଉଛି ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି କରିବା ଏବଂ ସମ୍ବିଧାନର ସରଂକ୍ଷଣ କରିବା ରାଷ୍ଟ୍ରପତିଙ୍କ ପ୍ରମୁଖ ଦାୟିତ୍ୱ କ୍ୟାବିନେଟ୍‌ ପାସ୍‌ ପରେ ପାର୍ଲମେଣ୍ଟରେ ପାସ୍‌ ହୋଇଥିବା ବିଲ୍‌ ରାଷ୍ଟ୍ରପତିଙ୍କ ପାଖକୁ ଯାଏ । ରାଷ୍ଟ୍ରପତିଙ୍କ ଦସ୍ତଖତ ବିନା କୌଣସି ବିଲ୍‌ ମଂଜୁର ହୋଇପାରିବ ନାହିଁ । କିନ୍ତୁ ସଂସଦରେ ଦ୍ୱିତୀୟ ଥର ପାସ୍‌ ହେଲେ ବିଲ୍‌ ଉପରେ ଦସ୍ତଖତ କରନ୍ତି ରାଷ୍ଟ୍ରପତି ।

ତିନି ସେନାର ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି । ଧାରା ୭୨ ଆଧାରରେ ରାଷ୍ଟ୍ରପତି ଦୋଷୀଙ୍କ ଦଣ୍ଡକୁ କ୍ଷମା କରିପାରିବେ । ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ଉପରେ ମଧ୍ୟ ନିଷ୍ପତି ନେଇପାରନ୍ତି । ଭାରତର ମୁଖ୍ୟ ବିଚାରପତି, ରାଜ୍ୟ ହାଇକୋର୍ଟଙ୍କ ଜଜ୍, ରାଜ୍ୟପାଳ, ନିର୍ବାଚନ କମିଶନର ଓ ରାଷ୍ଟ୍ରଦୂତଙ୍କ ନିଯୁକ୍ତି ମଧ୍ୟ ରାଷ୍ଟ୍ରପତି କରିଥାନ୍ତି ।

ଧାରା ୩୫୨ ଆଧାରରେ ରାଷ୍ଟ୍ରପତି ଯୁଦ୍ଧ କିମ୍ବା ବାହ୍ୟ ଆକ୍ରମଣ କିମ୍ବା ସଶସ୍ତ୍ର ବିଦ୍ରୋହ ସମୟରେ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରିପାରନ୍ତି । ଯଦି କୌଣସି ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ବିଫଳ ହୁଏ, ତେବେ ରାଷ୍ଟ୍ରପତି ୩୫୬ର ବ୍ୟବହାର କରି ରାଷ୍ଟ୍ରପତି ଶାସନ ଲାଗୁ କରିପାରିବେ । ଯଦି ସଂସଦରେ ଦ୍ୱିତୀୟଥର କୌଣସି ବିଲ୍ ପାରିତ ହୁଏ, ତେବେ ରାଷ୍ଟ୍ରପତିଙ୍କୁ ସ୍ବାକ୍ଷର କରିବାକୁ ପଡ଼ିଥାଏ । ତେବେ ମୋଟ୍‌ ଉପରେ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହେବା ପରେ ଏହି ସବୁ କ୍ଷମତାର ଅଧିକାରିଣୀ ହୋଇଛନ୍ତି ।

You May Also Like

More From Author

+ There are no comments

Add yours