ଦିବ୍ୟାଙ୍ଗଙ୍କୁ ମିଳିଲା ଟ୍ରାଇ ସାଇକେଲ,ଶବ୍ଦ ଓଡ଼ିଶା ନ୍ୟୁଜର ପ୍ରଭାବ

( ନବରଙ୍ଗପୁର ) : ଦିବ୍ୟାଙ୍ଗ ମୋହନଙ୍କୁ ପ୍ରଶାସନ ତରଫରୁ ମିଳିଲା ଟ୍ରାଏ ସାଇକେଲ | ଆଜି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା ମୋହନଙ୍କୁ ଏହି ଟ୍ରାଏ ସାଇକେଲ ପ୍ରଦାନ କରିଥିଲେ | ମୋହନ ଜନ୍ମରୁ ଦିବ୍ୟାଙ୍ଗ, ଦୁଇ ଗୋଡ଼ କାର୍ଯ୍ୟକ୍ଷମ କରୁନଥିବାରୁ ସେ ବହୁ କଷ୍ଟରେ ବାଡି ଖଣ୍ଡେ ଧରି ଚଲା ବୁଲା କରୁଥିଲେ | ବିଦ୍ୟାଳୟ ଯିବାକୁ ବହୁତ ଅସୁବିଧା ହେଉଥିଲା | ବାପା ମା ବି ବହୁ ଆଡେ ନେଇ ଚିକତ୍ସା କରାଇଥିଲେ | ଏ ନେଇ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା ଗଣ ମାଧ୍ୟମରେ ଅବଗତ ହେବା ପରେ ଟ୍ରାଏ ସାଇକେଲ ପ୍ରଦାନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ରଞ୍ଜିତା ମଳିକ ଉପସ୍ଥିତ ଥିଲେ | ମୋହନ ମାଝୀ ଙ୍କୁ ସରକାରୀ ସହାୟତା ମିଳିବା ପରେ ମୋହନ ଙ୍କ ପରିବାର ପ୍ରଶାସନ ଓ ବିଭିନ୍ନ ଖବର କାଗଜ ଏବଂ ସାମ୍ବାଦିକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି !

ନବରଙ୍ଗପୁର ଜିଲ୍ଲାରୁ ନିର୍ମଳ ବିଷୋୟୀ

You May Also Like

More From Author

+ There are no comments

Add yours