ସଂଘର୍ଷମୟ ଜୀବନର କାହାଣୀ, ରାଇରଙ୍ଗପୁରରୁ ରାଇସିନା ହିଲ୍ସର ଯାତ୍ରା

ଦ୍ରୌପଦୀ ମୁର୍ମୁଙ୍କୁ ଆଜି କୌଣସି ବିଶେଷ ପରିଚୟର ଆବଶ୳କତା ନାହିଁ । କାଲିର ଜଣେ ସାଧାରଣ ଆଦିବାସୀ ମହିଳା ଆଜି ଦେଶର ସର୍ବୋଚ୍ଚ ଶାସନ ଗାଦିରେ ବିରାଜିଛନ୍ତି। ଭାରତର ୧୫ତମ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ତେବେ କ’ଣ ଥିଲା ଏହି ସାଧାରଣ ମହିଳାଙ୍କର ଅସାଧାରଣ କାହାଣୀ? କେମିତି ଥିଲା ରାଇଗାଙ୍ଗପୁରରୁ ରାଇସିନାହିଲ୍ସ୍ ର ଯାତ୍ରା?

ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା । ୨୦ ଜୁନ ୧୯୫୮ ମସିହା ରାଇରଙ୍ଗପୁରର ଏକ ସାନ୍ତାଳୀ ପରିବାରରେ ଜନ୍ମ ନିଅନ୍ତି ଦ୍ରୌପଦୀ । ପିଲା ବେଳରୁ ହିଁ ପାଠପଢାରେ ତାଙ୍କର ବହୁତ ରୁଚି ଥିଲା। ଗାଁ ରେ ଥିବା ସରକାରୀ ସ୍କୁଲରେ ନିଜ ପ୍ରାଥମିକ ଶିକ୍ଷା ଗ୍ରହଣ କରନ୍ତି। ହେଲେ ଗାଁରେ ଉଚ୍ଚଶିକ୍ଷାର ସଠିକ ବିକଳ୍ପ ନ ଥିବାରୁ ନିରାଶ ହୋଇପଡନ୍ତି ଦ୍ରୌପଦୀ । ଦିନେ ଗାଁ କୁ ଆସିଥିବା କିଛି ନେତା ଓ ମନ୍ତ୍ରୀଙ୍କୁ ସେ ତାଙ୍କ ପଢାରେ ଆସୁଥିବା ଅସୁବିଧା କୁହନ୍ତି। ନ ଡରି ତାଙ୍କର ଆଗାମୀ ପାଠପଢାର ବିକଳ୍ପକୁ ନେଇ ପ୍ରଶ୍ନ କରନ୍ତି। ତାଙ୍କ ଭିତରେ ଥିବା ପ୍ରତିଭାକୁ ବାରି ତାଙ୍କୁ ସହରକୁ ପଠାଗଲା।
ମାଧ୍ୟମିକ ଶିକ୍ଷା ପ୍ରାପ୍ତି ପାଇଁ ସେ ଭୁବନେଶ୍ବର ଗଲେ। ପରେ ପରେ ସେଠାରେ ଥିବା ରମାଦେବୀ ମହାବିଦ୳୲ଳୟରେ ଉଚ୍ଚଶିକ୍ଷା ଗ୍ରହଣ କଲେ। କାରଣ ଦ୍ରୌପଦୀ ଜାଣିଥିଲେ ଶିକ୍ଷା ଦ୍ବାରା ହିଁ ଜୀବନରେ ଆଲୋକ ଆଣିହେବ।


ଶିକ୍ଷା ପ୍ରାପ୍ତି ପରେ ତାଙ୍କ ଜୀବନକୁ ଆସିଥିଲେ ଶ୳୲ମଚରଣ ମୁର୍ମୁ । ଯିଏକି ଜଣେ ବ୳୲ଙ୍କ କର୍ମଚାରୀ ଥିଲେ। ସ୍ବାମୀଙ୍କ ଟ୍ରାନ୍ସଫରରେ ନୂଆ ଯାଗାରେ ପୋଷ୍ଟିଙ୍ଗ ହୁଏ। ସେ ପୁଣି ଫେରି ଯାଆନ୍ତି ରାଇରଙ୍ଗପୁରକୁ। ସେଠାରେ ପରିବାର ଚଳାଇବା ସହ ସେ ଲାଗିପଡନ୍ତି ଶିକ୍ଷାଦାନରେ। ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବିନା କୌଣସି ଦରମା ପିଲାମାନଙ୍କୁ ପାଠ ପଢାନ୍ତି। ସେହି ସମୟରୁ ମୁଁ ତାଙ୍କ ସମାଜ ସେବାର ନିଃସ୍ବାର୍ଥପରତାକୁ ନୂଆ ବାଟ ମିଳିଥିଲା। ୧୯୭୭ ମସିହା କଥା। ରାଇରଙ୍ଗପୁରରେ ଚାଲିଥିଲା ରାଇରଙ୍ଗପୁର ନଗର ପାଳିକାର ପରିଷଦର ନିର୍ବାଚନ ପରିବେଶ । ଆଖପାଖର ରାଜନେତାଙ୍କ ଅନୁରୋଧରେ ୱାର୍ଡ ନମ୍ବର ୨ରୁ କାଉଁସିଲର ପଦବୀ ପାଇଁ ସେ ଠିଆ ହେଲେ। ଧିରେ ଧିରେ ବିଜେପି ସହ ତାଙ୍କର ତାଳମେଳ ଆଗେଇ ଚାଲିଲା। ପରେ ପରେ ସେ ନଗର ପାଳିକାର ଉପାଧ୍ଯକ୍ଷ ହେଲେ। ବିଧାୟକ ତଥା ଓଡ଼ିଶା ମନ୍ତ୍ରିମଣ୍ଡଳରେ ଦୁଇ ଥର ତାଙ୍କୁ କ୍ଷମତାରେ ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ, ଓଡ଼ିଶା ବିଧାନସଭାରେ ତାଙ୍କ ବୁଝାସୁଝା ନୀତି ତଥା ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ନୀଳକଣ୍ଠ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ପକ୍ଷରୁ ୨୦୧୦ରେ ଦ୍ରୌପଦୀଙ୍କୁ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି କରାଗଲା।

ମଣିଷ ଜୀବନରେ ଉତ୍ଥାନ ପତନ ଲାଗିରହେ। ଦ୍ରୌପଦୀଙ୍କ ଜୀବନରେ ମଧ୍ୟ ସେ ସମୟ ଆସିଥିଲା। ୨୦୧୦ରୁ ୨୦୧୪ ମଧ୍ଯରେ ଆଗପଛ ହୋଇ ସେ ଦୁଇ ପୁଅଙ୍କୁ ହରାଇଲେ। ପୁଅ ମରିବା ଖବରର ଦୁଃଖରୁ ବାହାରି ଆସୁଥିବା ସମୟରେ ହାତ ଛାଡ଼ି ଦେଇ ଆରପାରିକୁ ଚାଲିଗଲେ ସ୍ବାମୀ। ବିଷାଦଗ୍ରସ୍ତ ଦ୍ରୌପଦୀଙ୍କୁ ପୁର୍ନବସ୍ଥାକୁ ଫେରାଇ ଆଣିବା ପାଇଁ ବ୍ରହ୍ମକୁମାରୀ ସଂସ୍ଥା ବିଶେଷ ରୂପେ ସହାୟକ ସାବ୳ସ୍ଥ ହୋଇଥିଲେ । ଏତେ ସବୁ ଭିତରେ ମଧ୍ଯ ସମାଜ ସେବାରୁ ନିବୃତ ହୋଇନଥିଲେ ଦ୍ରୌପଦୀ । ୨୦୧୫ରେ ତାଙ୍କୁ ଝାଡ଼ଖଣ୍ଡର ରାଜ୳ପାଳ ଭାବେ ନିଯୁକ୍ତି ମିଳିଲା। ଜଣେ ରାଜ୳ପାଳ ହିସାବରେ ଝାଡ଼ଖଣ୍ଡର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କୁ ମୁଖ୳ସ୍ରୋତରେ ସାମିଲ କରିବାରେ ଗୁରୁତ୍ବ ଦେଉଥିଲେ। କେବଳ ଏତିକି ନୁହେଁ ଝାଡ଼ଖଣ୍ଡର ଗୋଟି ଗୋଟି କରି ସମସ୍ତ ସ୍କୁଲରେ ପହଞ୍ଚି କୁନି କୁନି ପିଲାମାନଙ୍କୁ ଶିକ୍ଷାର ମୂଲ୳ ବୁଝାଇ ସେମାନଙ୍କୁ ଅନୁପ୍ରେରଣା ଦେଉଥିଲେ।

ଏତେ ସବୁ ପରେ ମଧ୍ଯ ସେ ଆଜି ମଧ୍ଯ ଏକ ସରଳ ଜୀବନଯାପନ କରନ୍ତି। ନିଜ ହାତରେ ମନ୍ଦିର ପ୍ରାଙ୍ଗଣ ସଫା ସୁତୁରା ରଖିବା ଠାରୁ ଆରମ୍ଭ କରି ଭଗବାନଙ୍କ ପୂଜାର୍ଚ୍ଚନା କରିବାରେ ସେ ହେଳା କରନ୍ତି ନାହିଁ। ବର୍ତ୍ତମାନ ସେ ଭାରତର ୧୫ତମ ରାଷ୍ଟ୍ରପତି ହୋଇଛନ୍ତି । ତେବେ ଏହି ରାଇରଙ୍ଗପୁରରୁ ରାଇସିନା ହିଲ୍ସର ଯାତ୍ରାରେ ଦ୍ରୌପଦୀ ମୁର୍ମୁ ନିଜକୁ ବିବାଦ ଠାରୁ ଦୂରେଇ ରଖିଛନ୍ତି ।

You May Also Like

More From Author

+ There are no comments

Add yours