ଚାଲିଛି ଉତ୍ସବ । ଓଡ଼ିଆ ଝିଅ ତଥା ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟରେ ଉତ୍ସବ ମୁଖର ହୋଇପଡିଛି ସାରା ଭାରତ। ଦେଶର ପ୍ରଥମ ଆଦିବାସୀ ତଥା ଦ୍ବିତୀୟ ରାଷ୍ଟ୍ରପତି ଭାବେ ଦେଶର ପ୍ରଥମ ନାଗରିକ ହେବାର ସୁଯୋଗ ପାଇଛନ୍ତି ଦ୍ରୌପଦୀ । ତେବେ ଏହି ନିର୍ବାଚନରେ ୪,୭୫୪ ଭୋଟର (ନିର୍ବାଚନ ପ୍ରତିନିଧିଙ୍କ) ମଧ୍ୟରୁ ଦ୍ରୌପଦୀ ମୁର୍ମୁ ୨,୮୨୪ ଭୋଟ୍ ପାଇଛନ୍ତି। ଯେଉଁଥିରେ ୫୪୦ ସାଂସଦଙ୍କ ଭୋଟ୍ ମଧ୍ୟ ରହିଛି। ଯଶବନ୍ତ ସିହ୍ନା ୧,୧୮୭ ଭୋଟ୍ ପାଇଛନ୍ତି ଯେଉଁଥିରେ ୨୦୮ ସାଂସଦଙ୍କ ଭୋଟ ରହିଛି।
ଯଦି କ୍ରସ୍ ଭୋଟିଂ ବିଷୟରେ ତର୍ଜମା କରିବା ତାହେଲେ ଆସାମ କ୍ରସ ଭୋଟିଂରେ ଏକ ନମ୍ବର ରହିଛି । ଏଠାରେ ୨୨ ଜଣ ବିଧାୟକ କ୍ରସ୍ ଭୋଟ୍ କରିଛନ୍ତି। ଏହା ପରେ ମଧ୍ୟପ୍ରଦେଶରେ ୧୯ ଜଣ କ୍ରସ ଭୋଟିଂ କରିଥିଲେ। ରାଜସ୍ଥାନ, ମହାରାଷ୍ଟ୍ରର ୧୬ ଜଣ ବିଧାୟକ, ମେଘାଳୟର ୧୬ ଜଣ, ଝାଡଖଣ୍ଡ ଏବଂ ଗୁଜୁରାଟର ୧୦ ଜଣ, ଛତିଶଗଡରୁ ୬ ଜଣ, ଗୋଆରୁ ୪ ଜଣ, ହିମାଚଳରୁ ୨ ଜଣ ଏବଂ ହରିଆଣା ଏବଂ ଓଡିଶାରୁ ଜଣେ ଲେଖାଏଁ ବିଧାୟକ କ୍ରସ ଭୋଟ୍ କରିଛନ୍ତି। ୧୭ ଜଣ ସାଂସଦ ମଧ୍ୟ ଦଳର ମତ ବିରୋଧରେ ଯାଇ ଦ୍ରୌପଦୀଙ୍କୁ ଭୋଟ୍ ଦେଇଛନ୍ତି। ଏହାବାଦ ୫୪୦ ସାଂସଦ ମୁର୍ମୁଙ୍କୁ ଭୋଟ୍ ଦେବା ଅଣ ଏନିଡିଏ କ୍ୟାମ୍ପ ଏକାଠି ନଥିବା ସ୍ପଷ୍ଟ ହୋଇଛି।
