Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ବରଗଡ଼ ଜିଲ୍ଲା ଅମ୍ବାଭୋନା ଗୋବିନ୍ଦପୁରରେ ବିଷାକ୍ତ ସାପ କାମୁଡ଼ାରେ ଗୋଟିଏ ପରିବାରର ଦୁଇ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ଗ୍ରାମର କିଶୋରୀ ତିହିରିଆଙ୍କ ଝିଅ ସୀତୟା ବାପଘରକୁ ଆସିଥିଲେ। ମଙ୍ଗଳବାର ରାତିରେ ଖାଇପିଇ ସାରି ଶୋଇଥିବା ବେଳେ ପ୍ରଥମେ ଭାଇ ଅର୍ଜୁନ ତିହିରିଆଙ୍କୁ ବିଷାକ୍ତ ସାପ କାମୁଡ଼ିବାରୁ ସେ ସାପଟିକୁ ହାତରେ ଧରି ଫୋପାଡ଼ି ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଉକ୍ତ ସାପଟି ଭଉଣୀ ସୀତୟା ତିହିରିଆଙ୍କ ଦେହରେ ପଡ଼ିବାରୁ ତାଙ୍କୁ ମଧ୍ୟ କାମୁଡ଼ିଥିଲା। ଝଡ଼ାଫୁଙ୍କା ଓ ପ୍ରାଥମିକ ଚିକିତ୍ସା ସତ୍ତ୍ବେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଅର୍ଜୁନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସୀତୟାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ଉଭୟ ଭାଇଭଉଣୀଙ୍କ ମୃତ୍ୟୁ ଘଟିଥିଲା। 

Leave a Reply

Your email address will not be published. Required fields are marked *