Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଲଗାଣ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲିଠୁ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ରାଜଘାଟ ଓ ଆଖୁଆପଦାଠାରେ ବନ୍ୟା ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଫଳରେ ଭଣ୍ଡାରିପୋଖରୀରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
ସକାଳ ୬ଟା ସୁଦ୍ଧା ଭଦ୍ରକ ଆଖୁଆପଦା ଆନିକଟଠାରେ ଵୈତରଣୀ ନଦୀର ଜଳସ୍ତର ୧୯.୮୮ମିଟର ରହିଛି। ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ଏବେ ବିପଦ ସଙ୍କେତ ଉପରେ ରହିଛି ଜଳସ୍ତର। ଏପଟେ ବନ୍ୟା ଜଳ ଧିରେ ଧିରେ ଚାଷ ଜମିକୁ ମାଡି ଚାଲିଛି।

Leave a Reply

Your email address will not be published. Required fields are marked *