ପାତାଳୀ ଶ୍ରୀକ୍ଷେତ୍ର ଓ ରଥଯାତ୍ରାର ଜଣା ଅଜଣା କଥା

କାହିଁ କେତେ ଦିନରୁ ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ତ୍ରୀକୁଟ କନ୍ଦର ପାତାଳୀ ଶ୍ରୀକ୍ଷେତ୍ର ଭାବରେ ପରିଚୟ ପାଇଛି । ଅତୀତରେ ଶ୍ରୀମନ୍ଦିରୁ ଜଗନ୍ନାଥ ବିଭିନ୍ନ ସମୟରେ ବାହାରି ଅନେକ ଅଗମ୍ୟ ଯାଗାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । କେତେବେଳେ ନୀଳ ଜଳରାଶି ଘେରା ଚିଲିକା କୂଦରେ ତ କେତେବେଳେ ଘୋର ଜଙ୍ଗଲ ଭିତରେ । ସେହିପରି ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ତିନି ବିଗ୍ରହ ବିଭିନ୍ନ ସମୟରେ ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇର ତ୍ରୀକୂଟ କନ୍ଦରରେ ଗୁପ୍ତଲୀଳା କରିଥିବାର ଏତିହାସିକ ସତ୍ୟତା ରହିଛି । ଯେଉଁଠି ତିନି ଠାକୁର ଶତାଧିକ ବର୍ଷଧରି ନିଜର ଗୁପ୍ତଲୀଳା କରିଥିଲେ । କୋଟସମଲାଇ  ପାହାଡର ତ୍ରିକୂଟ କନ୍ଦରରେ ୧୪୪ ବର୍ଷ ଧରି ଲୀଳାମୟୀ ଜଗନ୍ନାଥ ଗୁପ୍ତଲୀଳା କରିଥିବା ମାଦଳା ପାଞ୍ଜୀରେ ମଧ୍ୟ ବର୍ଣ୍ଣିତ ହୋଇଛି  । ଶୋଭନ ଦେବଙ୍କ ଦ୍ବିତୀୟ ଅଙ୍କରେ ଯଯାତି କେଶରୀଙ୍କ ରାଜତ୍ବ ସମୟରେ ଦାରୁ ବିଗ୍ରହମାନଙ୍କୁ ନେଇ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରିଥିବା  ମଧ୍ୟ ଜଣାଯାଏ  ।ଯାହାର ପ୍ରମାଣ ସ୍ବରୁପ ପାତାଳୀ ଶ୍ରୀକ୍ଷେତ୍ରର ମାଧବ ଗୁମ୍ଫାରେ ଜଗନ୍ନାଥଙ୍କ ଖୋଦିତ ଚିତ୍ର ରହିଛି । ମାଧବ ଗୁମ୍ଫାକୁ ବାଦ ଦେଲେ ଏହି ପୀଠରେ ରହିଛି ୨୭ଟି ପ୍ରାଚୀନ ଛୋଟ ବଡ ଗୁମ୍ଫା । ରାଣୀ ଗୁମ୍ଫା, ଜଗନ୍ନାଥ ଗୁମ୍ଫା, ଧ୍ବନୀ ଗୁମ୍ଫା ଆଦି ଗୁମ୍ଫା ଟାଣିଆଣେ ପର୍ଯ୍ୟଟକମାନଙ୍କୁ କୋଣ କୋଣରୁ । ରାଜ୍ୟ ସରକାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ପୀଠକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରିଛନ୍ତି । ଶ୍ରୀ ଜଗନ୍ନାଥ ଦର୍ଶନ କରିବା ସହ ବିଭୂକୃପା ପାଇବାକୁ ରଥଯାତ୍ରା ଓ ପାତାଳୀ ଶ୍ରୀକ୍ଷେତ୍ର ମୋହୋତ୍ସବ ସମୟରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ବେଶ୍ ସମାଗମ ହୁଏ ଏହି ପୀଠରେ । ଜଗନ୍ନାଥ ସଂସ୍କୃତିର ଏହି ଅନନ୍ୟ ପୀଠ ପାତାଳୀ ଶ୍ରୀକ୍ଷେତ୍ର ଜଗନ୍ନାଥଙ୍କର ଆଦୀ ପୀଠ ବୋଲି ବେଶ୍ ପ୍ରସିଦ୍ଧି ଲାଭ କରିଛି ।

ଏହି ପୀଠରେ ଜଗନ୍ନାଥ ୧୪୪ ବର୍ଷ ଧରି ନିଜର ଗୁପ୍ତଲୀଳା କରିଥିବାର ଶ୍ରୀମନ୍ଦିରର ମାଦଳା ପାଞ୍ଜିରେ ବର୍ଣ୍ଣନା କରାଯାଇଛି । ଏହି ପୀଠରେ ରହିଛି ଛୋଟ ବଡ ୨୭ ଟି ପ୍ରାଚୀନ ଗୁମ୍ଫା ।ରାଣୀ ଗୁମ୍ଫା, ଜଗନ୍ନାଥ ଗୁମ୍ଫା, ଧ୍ୱନୀ ଗୁମ୍ଫା ଆଦିର ଅଲଗା ଅଲଗା ବିଶେଷତ୍ୱ ରହିଛି । ପ୍ରତିଟି ଗୁମ୍ଫାକୁ ଏକ ସଂକୀର୍ଣ୍ଣ ରାସ୍ତା ଥିବା ବେଳେ ଦେଢ କୋଶ ଯାଏ ଲମ୍ବିଛି ଏସବୁ ରହସ୍ୟମୟ ଗୁମ୍ଫା ବୋଲି ପ୍ରତ୍ନତାତ୍ତ୍ୱିକ ଗବେଷଣାରୁ ଜଣାଯାଏ ।ଏବେବି ଏଇଠି ଜନଶୃତିରେ ରହିଛି ମେଘନ୍ନାଦ ପାଚେରୀ, ଦାରୁକୋଣ, କଳ୍ପବଟ, ଧ୍ୱଜାବନ୍ଧା ଶିଖର ଅନେକ କିଛି । 

ପୁରୀ ଶ୍ରୀମନ୍ଦିର ଦେଇଥିବା ତିନି ବିଗ୍ରହଙ୍କୁ ପ୍ରତିଷ୍ଠା କରାଯାଇଥିଲା ପାତାଳି ଶ୍ରୀକ୍ଷେତ୍ରର ଛଳିଆ ପାହଡରେ ।ପୁରୀ ଗଜପତି ଦିବ୍ୟସିଂହ ଦେବ ସାମିଲ ହୋଇଥିଲେ ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା ଉତ୍ସବରେ । ସେଥିପାଇଁ ପ୍ରତିବର୍ଷ ପାତଳି ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ରୀତି ନୀତି ରେ ପାଳନ କରାଯାଇଥାଏ ରଥଯାତ୍ରା । କୋଟସମଲାଇ ର ଛଳିଆ ପାହଡର ଶ୍ରୀମନ୍ଦିର ରୁ ବାହାରି  ଘୋଷଯାତ୍ରାରେ ଭାଇ ଭଉଣୀ ସହ ଶ୍ରୀଜଗନ୍ନାଥ ସାମିଲ ହୋଇଥାନ୍ତି । ପ୍ରାୟ ୨୦୦ପୁଟ ତଳକୁ ଧାଡିପହଣ୍ଡିରେ ବିଗ୍ରହମାନେ ଆସି ରଥାରୁଢ ହୋଇଥାନ୍ତି ।ଏହି ଅନନ୍ୟ ରଥଯାତ୍ରା ର ଅନୁଭୁତି ସାଉଁଟିବାକୁ ଶ୍ରଦ୍ଧାଳୁ ଙ୍କ ବେଶ ଭିଡ ଜମିଥାଏ ଏହି ପାବନ ପୀଠରେ ।

ସବୁଜ ବନାନୀ ପରିବେଷ୍ଟିତ ଛଳିଆ ପାହଡର ଉପରୁ ତଳକୁ ଆନନ୍ଦର ସହିତ ପହଣ୍ଡିବିଜେ ହୋଇଥାନ୍ତି ତିନିଠାକୁର ।ଆଗରେ ବଳଭଦ୍ର ମଝିରେ ଦେବୀ ସୁଭଦ୍ରା ଓ ପଛରେ କାଳିଆ ଠାକୁର । ହରିବୋଲ, ହୁଳୁ ହୁଳି, ଘଂଟ ଘଂଟା ଓ ସଂକିର୍ତନ୍ୟର ଖୋଳ, ତାଳ, ଧ୍ୱନୀ ରେ ଉଛୁଳି ପଡିଥାଏ ଏହି ପାବନ କ୍ଷେତ୍ର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଛଳିଆ ପାହାଡର ଶିଖରରୁ ସର୍ପିଳ ପାହାଡିଆ ବାଟଦେଇ ଘୋଷଯାତ୍ରାରେ ବାହାରୁଥିବା ତିନି ଠାକୁରଙ୍କୁ ଦର୍ଶନ କରିବାପାଇଁ  ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ଏହି ପୀଠରେ । ବୀରମହାରାଜପୁର ଅଞ୍ଚଳକୁ ଜଗନ୍ନାଥ ସଂସ୍କୁତି ବାନ୍ଧି ରଖିଛି କାହିଁ କେତେ ଦିନରୁ  ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପରୁ  ପାତାଳୀ ଶ୍ରୀକ୍ଷେତ୍ରକୁ ଖାଲି ରଥଯାତ୍ରା ନୁହେଁ ବର୍ଷ ତମାମ  ଶ୍ରଦ୍ଧାଳୁ, ଭକ୍ତ ତଥା ପର୍ଯ୍ୟଟକମାନଙ୍କ ଆଗମନ  ରହିଥାଏ ।  

You May Also Like

More From Author

+ There are no comments

Add yours