ନିଆଁ ଲାଗି ଜଳିଗଲା ଘର

ନିଆଁ ଲାଗି ଜଳିଗଲା ଚାରି ବଖରା ଘର ଓ ପୋଡିଗଲା ଲକ୍ଷ୍ୟାଧିକ ଟଙ୍କାର ସାମଗ୍ରୀ । ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପୂଝାରୀ ସାହାଜବାହାଲ ଗାଁର ଜୁରାବୁନ୍ଦଳି ସାହିର ସୁବଳ ପୂଝାରୀଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ । ଚାଷଜମି ନିଆରେ ସୁବଳଙ୍କ ୪ ଟି ଚାଲଘର ସହିତ ଗୋଟିଏ ଗାଇ ଗୁହାଲ ଏବଂ ୪୫ ପ୍ୟାକେଟ ଧାନ,୨୦ ପ୍ୟାକେଟ ସାର ,୫ ଏଚପି ମଟର ପାଇପ, ୨ ଗୋଟି କିରୋସିନ ମଟର ସହିତ ଖାଇବା ଚାଉଳ ଓ ଘରର ଅସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି । କିଛି ଦୁର୍ବୃତ୍ତ ବିଲରେ ନଡ଼ା ପୋଡିବା ପାଇଁ ନିଆଁ ଲଗାଇଥିବାରୁ ଲକ୍ଷ୍ୟାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳକୁ ବିନିକା ଅଗ୍ନିଶମ ବାହିନୀର ଦୁଇଟି ଗାଡି ପହଂଚି ନିଆଁକୁ ଆୟତ୍ତ କରିଥିଲେ ବି ସବୁ ପୋଡ଼ି ନଷ୍ଟ ହୋଇଯାଇଥିଲା ।

You May Also Like

More From Author

+ There are no comments

Add yours