କ’ଣ ରହିଛି ‘ସେଙ୍ଗୋଲ’ର ମହତ୍ତ୍ଵ?

ନୂଆ ସଂସଦ ଭବନକୁ ନେଇ ଏବେ ସବୁଠି ଚର୍ଚ୍ଚା । ବାଦ ବିବାଦ, ବିରୋଧୀଙ୍କ କଟାକ୍ଷ ଏବଂ ନୂଆ ଅଙ୍କ କଷା ମଧ୍ୟରେ ପରମ୍ପରା ଓ ଇତିହାସକୁ ନେଇ ମଧ୍ୟ ଅନେକ କଥା ଯୋଡ଼ି ହୋଇସାରିଛି । ଏସବ ମଧ୍ୟରେ ପାରମ୍ପରିକ ରୀତିନୀତି ଅନୁସାରେ ୍ଥାପନ କରାଯାଇଛି ସେଙ୍ଗୋଲ । ତେବେ ଆପଣ ଜାଣିଛନ୍ତି କି? କ’ଣ ଏହି ସେଙ୍ଗୋଲ?  ସଂସଦ ପରି ଏକ ବିଶାଳ ସ୍ଥାନରେ ଏହାର ସ୍ଥାପନା ପଛରେ କ’ଣ ରହିଛି କାରଣ? ଇତିହାସ ଅନୁଯାୟୀ କ୍ଷମତା ହସ୍ତାନ୍ତରଣର ପ୍ରତୀକ ହେଉଛି ରାଜଦଣ୍ଡ ବା ସେଙ୍ଗୋଲ । ଚୋଳ ସାମ୍ରାଜ୍ୟରେ ଏହି ପରମ୍ପରା ପ୍ରଚଳିତ ଥିଲା । ରାଜା ଯେତେବେଳେ ଶାସନକୁ ନିଜ ହାତକୁ ନେଉଥିଲେ ସେତେବେଳେ ଏହାକୁ ରାଜାଙ୍କୁ ହସ୍ତାନ୍ତର କରାଯାଉଥିଲା । ବର୍ତମାନ ପ୍ରୟାଗରାଜର ଏକ ସଂଗ୍ରହାଳୟରେ ଏହାକୁ ରଖାଯାଇଛି । ଅନ୍ୟ ଅର୍ଥରେ କହିବାକୁ ଗଲେ ସେଙ୍ଗୋଲ ବା ରାଦଣ୍ଡ ହେଉଛି ଶାସନର ପ୍ରତୀକ । କ୍ଷମତା ହସ୍ତାନ୍ତର’ର ପ୍ରତୀକ । ଏହା ପଛରେ ଲୁଚି ରହିଛି ଏକ ଗୌରବମୟ ଇତିହାସର କାହାଣୀ । ଚୋଳ ସାମ୍ରାଜ୍ୟ ହେଉଛି ଦକ୍ଷିଣ ଭାରତରେ ଶହ ଶହ ବର୍ଷ ଧରି ଶାସନ କରିଥିବା ଅନ୍ୟତମ ପୁରାତନ ରାଜବଂଶ । ଜଣେ ରାଜାଙ୍କଠାରୁ ଆଉ ଜଣେ ରାଜାଙ୍କ ପାଖକୁ କ୍ଷମତା ହସ୍ତାନ୍ତର’ର ସୂଚକ ଭାବେ ବ୍ୟବହାର ହେଉଥିଲା ଏହି ରାଜଦଣ୍ଡ ଦଣ୍ଡ ବା’ ସେନଗୋଲ୍ । ସ୍ୱାଧୀନ ଭାରତର ସ୍ୱର୍ଣ୍ଣିମ ଯାତ୍ରା ମଧ୍ୟ ଏହି ରାଜଦଣ୍ଡ ହସ୍ତାନ୍ତରରୁ ଆରମ୍ଭ ହୋଇଥିଲା । ୧୯୪୭ ଅଗଷ୍ଟ ୧୪ ରାତି ୧୦ଟା ୪୫ରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଇଂରେଜ ହାତରୁ ଏହି ରାଜଦଣ୍ଡ ଗ୍ରହଣ କରିଥିଲେ ।

ବର୍ତମାନ ନୂଆ ସଂସଦ ଉଦଘାଟିତ ହୋଇଛି । ଏବଂ ଏହାରି ସହ ଏହି ଶାସନର ପ୍ରତୀକକୁ ମଧ୍ୟ କରାଯାଇଛି ସ୍ଥାପିତ । ସଂସଦରେ ବାଚସ୍ପତି ବସୁଥିବା ପାଶ୍ୱର୍ରେ ଏହାକୁ ସ୍ଥାପନ କରାଯାଇଛି । ଇଂରେଜମାନଙ୍କଠାରୁ କ୍ଷମତା ହନ୍ତାନ୍ତର କରିବା ସମୟରେ ଏହି ରାଜଦଣ୍ଡକୁ ତାମିଲନାଡୁରୁ ମଗାଯାଇଥିଲା । ଏବେ ଏହାକୁ ନୂଆ ସଂସଦ ଭବନରେ ବାଚସ୍ପତିଙ୍କ ଆସନ ପାଖରେ ରଖିବା ପାଇଁ ନିଷ୍ପତି ହୋଇଛି ।

You May Also Like

More From Author

+ There are no comments

Add yours