ମହାନଦୀ ଟ୍ରିବୁନାଲ ଟିମର ସ୍ଥିତି ଅନୁଧ୍ୟାନ

ମହାନଦୀ ଟ୍ରିବୁନାଲ ଟିମ୍ ଚିଲିକାର ଜଳ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମହାନଦୀ ଟ୍ରିବୁନାଲ ଟିମ୍ ଏକ ହେଲିକପ୍ଟର ଯୋଗେ ପୁରୀ ସାତପଡ଼ାରେ ଦିନ ଏଗାରଟା ରେ ପହଞ୍ଚି ଥିଲେ । ସେଠାରୁ ରୋଡରେ ଚିଲିକାର ମିର୍ଜାପୁର ଜେଟିରେ ପହଞ୍ଚି ସେଠାରୁ ବୋଟ ଯୋଗେ ଚିଲିକା ମୁହାଣ ଯାଇ ଚିଲିକାର ଜଳ ସ୍ଥିତି କିପରି ରହିଛି ତାହାକୁ ବୁଲି ଅନୁଧ୍ୟାନ କରିବେ । ଟ୍ରିବୁନାଲ ଟିମ୍ ସହ ଛତିଶଗଡ଼ର ଏକ ଚବିଶି ଜଣିଆ ଟିମ୍ ଓ ବିଭିନ୍ନ ଏକ୍ସପୋର୍ଟ ଟିମ୍ ମଧ୍ୟ ଚିଲିକା ଭିତରକୁ ଯାଇଛନ୍ତି। ଏମାନଙ୍କ ସହ ମୁଖ୍ୟ ଶାସନ ସଚିବ ପୁରୀ ଜିଲ୍ଲାପାଳ, ଏସ ପି ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଚିଲିକା ଭିତରକୁ ଯାଇଛନ୍ତି। ଏକ ଆମ୍ବୁଲାନ୍ସ ଟିମ୍ ଓ ଦମକଳ ବାହିନୀର ଏକ ଟିମ୍ ଚିଲିକା ଭିତରକୁ ଯାଇଛି। ଚିଲିକା ଭିତରେ ପ୍ରାୟ ତିନି ଘଣ୍ଟା ରହି ଚିଲିକା ଓ ଚିଲିକା ମୁହାଣ ଅଞ୍ଚଳ ସ୍ଥିତି ବୁଲି ଦେଖିବା ସହ ଚିଲିକାର ଜଳ ସ୍ଥିତି ଅନୁଧ୍ୟାନ କରିବେ ଏହି ଟିମ୍। ଗତକାଲି କଟକରେ ମହାନଦୀର ସ୍ଥିତି ଅନୁଧ୍ୟାନ କରିଥଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ ।

You May Also Like

More From Author

+ There are no comments

Add yours