Wed. Oct 14th, 2026

ହେବାକୁ ଯାଉଛି ମହା ମୁକାବିଲା । ଫିଲ୍ଡ ପ୍ରସ୍ତୁତ, ଦର୍ଶକ ପ୍ରସ୍ତୁତ, ଖେଳାଳି ମଦ୍ୟ ପ୍ରସ୍ତୁତ । ଆଇପିଏଲ ମହାକୁମ୍ଭର ଏହି ଦିନକୁ ସଭିଏଁ ଅପେକ୍ଷା କରି ରହିଥିଲେ । ଆଜି ବିଜେତା ରେସରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ । କିଏ ଜିତିବ ବାଜି? କାହାର ହେବ ଆଇପିଏଲ ଟ୍ରଫି? ୫ମ ଟାଇଟଲ ହାତେଇବା ପାଇଁ ଧୋନୀ ବାହିନୀ ନିଜ ରଣନୀତି ପ୍ରସ୍ତୁତ କରିସାରିଥିବା ବେଳେ ଗତ ବର୍ଷର ଇତିହାସକୁ ଦୋହରାଇବାକୁ ଷ୍ଟାଟେର୍ଜୀ ବନେଇ ସାରିଛି ପାଣ୍ଡ୍ୟାଙ୍କ ସେନା । ଆଇପିଏଲର ୧୬ତମ ସଂସ୍କରଣର ଟ୍ରଫି ଅଭିଜ୍ଞତା ଓ ନୂଆ ଯୋଶ୍ ମଧ୍ୟରେ କଡ଼ା ଟକ୍କର ହେବ । ସିଜନର ଉଦଘାଟନୀ ମ୍ୟାଚ୍ ଦୁଇ ଦଳ ମଧ୍ୟରେ ହୋଇଥିଲା । ଏବଂ ଆଜିର ଏହି ଫାଇନାଲ ମହା ମୁକାବିଲା ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ହେବାକୁ ଯାଉଛି । ଏମଏସ ଧୋନୀଙ୍କ ସିଏସକେ ପାଇଁ ଏହା ହେଉଛି ଦଶମ ଆଇପିଏଲ । ଯଦି ସିଏସକେ ଏ ବର୍ଷର ଏହି ମ୍ୟାଚ ଜିତିବାରେ ସଫଳ ହୁଏ, ତେବେ ମୁମ୍ବାଇ ଇଣ୍ଡିଆନ୍ସର ଆଇପିଏଲ ବିଜେତା ରେକର୍ଡ ସହ ସମାନ ହୋଇଯିବ । କିନ୍ତୁ ଯଦି ଗୁଜୁରାଟ ଟାଇଟନ୍ସ ଜିତେ, ତେବେ ଗତ ବର୍ଷର ବିଜୟ ଇତିହାସର ପୂନରାବୃତି ହେବ । ଉଭୟ ଦଳ ନିଜ ନିଜ ରେକର୍ଡରେ ନୂଆ ପୃଷ୍ଠା ଯୋଡ଼ିବା ପାଇଁ ଜାରି ରଖିଛନ୍ତି ଭଲ ପ୍ରଦର୍ଶନ ଓ ପ୍ରୟାସ ।

ତେବେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚରେ ବାଧକ ସାଜିପାରେ ବର୍ଷା । ରୋମାଞ୍ଚକର ଖେଳ ଖେଳାଯିବା ସହିତ କେବଳ ଭଲ ପାଣିପାଗ ପରିସ୍ଥିତି ଆଶା କରାଯାଇପାରେ ଜ୍ଝ ଆର୍ଦ୍ରତା ହେତୁ ପ୍ରଥମ ଓଭରରେ ବଲରେ କମ୍ ବାଉନ୍ସ ରହିଥିଲା ଯାହା ବୋଲରଙ୍କ ପାଇଁ ମ୍ୟାଚକୁ କଷ୍ଟସାଧ୍ୟ କରିଥିଲା। ରବିବାର ସନ୍ଧ୍ୟାରେ ଅହମ୍ମଦାବାଦରେ ବର୍ଷା ହେବାର ସମ୍ଭାବନା ରହିଛି। ମେ ୨୮, ରବିବାର ସନ୍ଧ୍ୟାରେ ୪୦% ବର୍ଷା ହେବାର ଏବଂ ସହରରେ ମୋଟ ୨ ଘଣ୍ଟା ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ଜ୍ଝ ସନ୍ଧ୍ୟାରେ ସୂର୍ୟ୍ୟାସ୍ତ ପରେ ବର୍ଷା ସହିତ ୫୦ କିଲୋମିଟର ବେଗରେ ପବନର ବେଗ ମଧ୍ୟ ଆଶା କରାଯାଏ ଜ୍ଝ ଯଦିଓ ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ରବିବାର ଅହମ୍ମଦାବାଦରେ ଅଧିକ ବର୍ଷା ହୋଇନାହିଁ। ଆକାଶରେ ଘନ ମେଘ ରହିବ ଏବଂ ହାଲୁକା ବର୍ଷା ମଧ୍ୟ ହେବ ବୋଲି କହିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *